କୋଦଳା ୦୫/୦୧/୨୪
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଞ୍ଚlଣା ଉନ୍ନୀତ ହାଇସ୍କୁଲ ରେ ବିଜୁ କନ୍ୟାରତ୍ନ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ସ୍ନିଧl ରାଣୀ ସାହୁ,ଜିଲ୍ଲା ତାଲିମ ଦାତା ହରିହର ପାଢୀ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ସୁଦାମ ପାଣିଗ୍ରାହୀ
ଶିକ୍ଷକ ନିରଂଜନ ବିଶ୍ୱାଳ, ସମିତି ସଭ୍ୟ ଚିତ୍ରସେନ ଘୋଷ କ୍ରୀଡା ଶିକ୍ଷୟତ୍ରୀ ଜୋସନାବାଳା ସେନାପତି, ମନୋଜ କୁମାର ସ୍ୱାଇଁ,
ପ୍ରମୁଖ ଉପସ୍ଥିତ ଥିଲେ l
ସମାଜରେ,କନ୍ୟା ଶିଶୁ ବଞ୍ଚିରହିବା ଏବଂ ସେମାନଙ୍କର ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା ସହ କନ୍ୟା ସନ୍ତାନଙ୍କର ସମ୍ମାନ ବଜାୟ ରହିବା ଉପରେ ବ୍ୟକ୍ତା ମାନେ ଗୁରୁତ୍ୱ ଦେଇଥିଲେ l ବିଦ୍ୟାଳୟ ର ଛାତ୍ରୀ, ଛାତ୍ର ମାନଙ୍କ ମଧ୍ୟରେ ସମାଜରେ ଦେଖାଦେଉଥିବା ଲିଙ୍ଗ ଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟା ସନ୍ତାନ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବଢାଇବା ଉପରେ ପରାମର୍ଶ ଦିଆଯାଇଥିଲା l
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
