You are currently viewing ସରସ୍ବତୀ ଶିଶୁ ମନ୍ଦିର ରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ଉତ୍ସବ ପାଳନ
ସରସ୍ବତୀ ଶିଶୁ ମନ୍ଦିର ରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ଉତ୍ସବ ପାଳନ

ପୁରୁଷୋତ୍ତମପୁର ମ‌ପୁର — ତା – ୦୧/୦୪/୨୫ ରିଖ ମଙ୍ଗଳବାର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭଉତ୍ସବ ମହାସ ସମାରୋହ ରେ ପାଳିତ ହୋଇଯାଇଛି |ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଓ କନକା କ୍ଲସ୍ଟର ର ସି. ଆର. ସି. ସି ଶ୍ରୀଯୁକ୍ତ ହେମନୁ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ |

ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ସୁନାରାଣୀ ପାଳ ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ | ତାରିଣୀ ଗୁରୁଜୀ, ବିରଳ ଗୁରୁଜୀ, ଓ ସୁଚିତ୍ରା ଗୁରୁମା ସୁନ୍ଦର ଭାବରେ ପ୍ରାର୍ଥନା ମଣ୍ଡପକୁ ସଜାଇଥିଲେ |

ସଙ୍ଗୀତା ଗୁରୁମା ଓ ନିବେଦିତା ଗୁରୁମା ଶିଶୁଙ୍କ ଦ୍ବାରା ସ୍ବାଗତ ବ୍ୟବସ୍ଥା କରିଥିଲେ | ଏହି ଉତ୍ସବ ରେ ଶିଶୁଙ୍କ ମଙ୍ଗଳ କାମନା ପାଇଁ ଏକ ହୋମ ର ବ୍ୟବସ୍ଥା କରାଯାଇଥିଲା, ଏଥିରେ ସନ୍ତୋଷ ଗୁରୁଜୀ ସହଯୋଗ କରିଥିଲେ | ପ୍ରବେଶ ଦ୍ବାରରେ ଫୁଲମାଳ ଓ ବେଲୁନ କୁ ଅତି ସୁନ୍ଦର ଭାବରେ ଦୁର୍ଯ୍ୟୋଧନ ଗୁରୁଜୀ, ତପନ ଗୁରୁଜୀ, ସିଦ୍ଧେଶ୍ବର ଗୁରୁଜୀ ଓ ନୀଳାଞ୍ଚଳ ଗୁରୁଜୀ ସଜାଇବା ବ୍ୟବସ୍ଥା କରିଥିଲେ | ସି ଆର ସି ସି ମହୋଦୟ ଓ ସମ୍ପାଦକ ଆଜି ଦିନର ମହତ୍ତ୍ବ ବିଷୟରେ କିଛି ମୂଲ୍ୟବାନ କଥାକୁ ଶିଶୁ ଭାଇ ଭଉଣୀ ଙ୍କ ଆଗରେ ଉପସ୍ଥାପନା କରିଥିଲେ | ବହୁ ସଂଖ୍ୟା ରେ ନୂତନ ଶିଶୁ ଯୋଗ ଦେଇ ଖଡ଼ି ଛୁଆଁଇ ବିଦ୍ୟାରମ୍ଭ କାର୍ଯ୍ୟ ରେ ଯୋଗ ଦେଇଥିଲେ | ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଓ ବାହାନ ଚାଳକ ଭାଇ ମାନେ ଯୋଗ ଦେଇ ଉତ୍ସବ କୁ ସୁନ୍ଦର ମୁଖରିତ କରିଥିଲେ | ପରିଶେଷରେ ପ୍ରଣତି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ |