You are currently viewing ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଗବେଷକ ସମ୍ମିଳନୀ ଅନୁଷ୍ଠିତ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଗବେଷକ ସମ୍ମିଳନୀ ଅନୁଷ୍ଠିତ ।

ବ୍ରହ୍ମପୁର , ୨୩/୦୯ -:- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଗବେଷକ ସମ୍ମିଳନୀ, ନୂତନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇ ଅଛି I ଏହି ଅବସରରେ ସମ୍ମିଳନୀର ଆବାହକ ତଥା ସହ ଆବାହକ ଯଥାକ୍ରମେ ଡଃ. ସାରଦା ପ୍ରସାଦ ସାହୁ, ଡଃ. ସନ୍ଦୀପ କୁମାର ଦାସ, ଡଃ. ଇତିଶ୍ରୀ ଗୀତା କୁମାରୀ, ଡଃ. ବିକାଶ କୁମାର ବାଗ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା I ଏହି ସମ୍ମିଳନୀ ଦୁଇଟି ପର୍ଯ୍ୟାୟରେ ସଂଗଠିତ ହୋଇଥିଲା I ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ସମ୍ମିଳନୀ କୁ ଫିତା କାଟି ଉନ୍ମୋଚନ କରିଥିଲେ I ବିଶ୍ୱବିଦ୍ୟାଳୟ ର ୨୪ ଟି ବିଭାଗର ଗବେଷଣା ରତ ୧୨୦ ରୁ ଉର୍ଦ୍ଧ ଗବେଷକ ଓ ଗବେଷିକା ମାନେ ସେମାନଙ୍କ ଗବେଷଣା ଜନିତ ପୋଷ୍ଟର ପରିବେଷଣ କରିଥିଲେ I ପୋଷ୍ଟର ମାଧ୍ୟମରେ ଗବେଷଣା ପରିବେଷଣ କରିବାର ଏହି ଅଭିନବ ପ୍ରୟାସକୁ ବିଶ୍ୱବିଦ୍ୟାଳୟ ସ୍ତରରେ ଉଚ୍ଚ ପ୍ରଶଂସିତ କରାଯାଇଛି I ଏହି ପୋଷ୍ଟର ପରିବେଷଣ ରେ ୨୦ ଟି ବିଭାଗର ଛାତ୍ର ଓ ଛାତ୍ରୀ ଙ୍କୁ ୮ ଟି ଭାଗରେ ବିଭକ୍ତ କରାଯାଇଛି I ଏହି ବିଭକ୍ତି କରଣରେ ଜୀବବିଜ୍ଞାନ, ଭୌତିକବିଜ୍ଞାନ, ଗାଣିତିକ ବିଜ୍ଞାନ, ଭାଷା ଓ ସାହିତ୍ୟ ଅଧ୍ୟୟନ, ବାଣିଜ୍ୟ ଓ ବ୍ୟବସାୟ ଅଧ୍ୟୟନ, ଆଇନ ଅଧ୍ୟୟନ, ସାମାଜିକ ବିଜ୍ଞାନ ଓ ଗୃହ ବିଜ୍ଞାନ ଆଦିକୁ ସାମିଲ କରାଯାଇଥିଲା I ସମସ୍ତ ଗବେଷଣାର ମୂଲ୍ୟାଙ୍କନ କରିବା ପାଇଁ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଗବେଷଣା ପ୍ରତିଷ୍ଠାନ ମାନଙ୍କରୁ ପ୍ରଫେସର ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା I ନାଇଜର, ଭୁବନେଶ୍ବର କିଟ୍ ବିଶ୍ୱବିଦ୍ୟାଳୟ, ଆଇ ଜର, ବ୍ରହ୍ମପୁର, ଫକିର ମୋହନ ବିଶ୍ଵବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର ପ୍ରଫେସର ମାନେ ଏହି ମୂଲ୍ୟାଙ୍କନ ପ୍ରକ୍ରିୟାରେ ସାମିଲ ହୋଇଥିଲେ I ସମ୍ମିଳନୀ ର ଦ୍ୱିତୀୟ ପର୍ଯ୍ୟାୟ ରେ ୮ ଟି ବିଭାଗରେ କୃତିତ୍ଵ ଅର୍ଜିତ କରିଥିବା ଗବେଷକ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା I କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ ସ୍ନାତୋକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଙ୍କ ଉପସ୍ଥିତିରେ ଏହି ପୁରସ୍କାର ବିତରଣୀ ଉତ୍ସବ ସମ୍ପାଦିତ ହୋଇଥିଲା I ଶେଷରେ ଆବାହକ ଡଃ. ସାରଦା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I