ଆସିକା,୨୪/୧ ( ଶକ୍ତି ପ୍ରସାଦ କର) ଆସିକା ଲାୟନ୍ସ କ୍ଲବ ପରିସରରେ ସୁଗାର ଟାଉନ ଜେସିସ୍ ର 20 ତମ ଅଧିଷ୍ଠାନ ଦିବସ ସଭାପତି ଜେସି ପି ଗୌରବ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି|
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ପ୍ରଶାନ୍ତ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଜୋନ୍ ଉପସଭାପତି ଜେସି ଯେ ଏଫ୍ ଏମ ଅଙ୍କିତ ଚୌଧୁରୀ ପ୍ରମୁଖ ଯୋଗଦେଇ ସୁଗାର ଟାଉନ ଜେସିସ୍ କାର୍ୟକାରୀ କରୁଥିବା ବହୁବିଧ ଜନସଚେତନତା ତଥା କଲ୍ୟାଣକାରୀ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ, ଅଧିଷ୍ଠାନ ଅଧିକାରୀ ରୁପେ ଜେସି ଯେ ଏଫ୍ ଏମ ଅଙ୍କିତ ଚୌଧୁରୀ ଯୋଗଦେଇ ଆଗାମୀ ବର୍ଷେ ପାଇଁ ଜେସି ଏ ଶିବ ଶଙ୍କର ପାତ୍ର ଙ୍କୁ ଆସିକା ଜେସିସ୍ ର ନୂତନ ସଭାପତି, ସମ୍ପାଦକ ଜେସି କେ ଲିଙ୍ଗରାଜ ପାତ୍ର , କୋଷାଧ୍ଯକ୍ଷ ଜେସି ଶୁଭମ୍ ପାତ୍ର ପ୍ରମୁଖ ଙ୍କୁ ଶପଥ ପାଠ କରାଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ଜେସି ଅନିଲ କୁମାର ପୁଷ୍ଟି, କିରଣ କୁମାର ପାଢୀ, ଜଗନ୍ନାଥ ପଢିଆଳି, ପ୍ରଦିପ କୁମାର ସାହୁ, ସୁଭଦ୍ର ରଞ୍ଜନ ନାହକ, ଜେସି ବଦ୍ରି ନାରାୟଣ ପାତ୍ର, ଜେସି ସନ୍ତୋଷ କୁମାର ନାୟକ, ଜେସି କେ ସତ୍ୟ ନାରାୟଣ ପାତ୍ର, ଜେସି ଟି ସିଦ୍ଧାର୍ଥ ସୁବୁଦ୍ଧି, ଜେସି ବିଶେଷ ପୁଷ୍ଟି, ଜେସି ଦେବାଶିଷ ପଣ୍ଡା, ଜେସି ଜିତେନ୍ଦ୍ର କୁମାର ପାତ୍ର, ଜେସି ସଞ୍ଜୟ କୁମାର ପାତ୍ର, ଜେସି ସନ୍ତୋଷ ପାତ୍ର, ଜେସି ବସନ୍ତ ଭଞ୍ଜ, ଜେସି ସାନ୍ତନୁ ରଣା, ଜେସି ରାଜା ପାତ୍ର, ଜେସି କିରଣ କୁମାର ପାତ୍ର, ଜେସି ଉମେଶ ପାତ୍ର, ଜେସି ସୁରେଶ ପାତ୍ର, ଜେସି ବାଲାଜୀ ନାହାକ, ଜେସି କାର୍ତିକ ପାତ୍ର ପ୍ରମୁଖ ସହଯୋଗ କରିଥିଲେ |

