ତାଳଚେର, : ସାଧାରଣତଃ ଖଣି ଅଞ୍ଚଳ ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ୍ୟୁଆଇ କେତେ ରହିବା ଦରକାର ଏବଂ ଏକ୍ୟୁଆଇ କେତେ ପରିମାଣରେ ରହିଲେ ମନୁଷ୍ୟ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ ? ଏନେଇ ଅନୁଗୋଳ ଜିଲ୍ଲାପାଳଙ୍କ ଏକ ବିଜ୍ଞପ୍ତି ମୁତାବକ ୭ ଦିନ ପାଇଁ ବିଭିନ୍ନ ରାସ୍ତାଘାଟ ଗୁଡିକରେ ପାଣି ସିଂଚନ ହେବାକୁ ନିର୍ଦ୍ଦେଶ ହୋଇଥିଲା ଫଳରେ ଏମସିଏଲ ତରଫରୁ ପାଣି ସିଂଚନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେହି ପାଣି ସିଂଚନ ଆଉ ହେଉନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି କେବଳ ୭ ଦିନ ପାଣି ସିଂଚନ କରିଦେଲେ ଏହାର ଏଆଇଆର କ୍ୟାଲିଟି ଇଣ୍ଡେକ୍ସ ସାଧାରଣ ସ୍ତରକୁ ଆସିଗଲା କି ? ତାଳଚେରରେ ଏଆଇଆର କ୍ୟାଲିଟି ଇଣ୍ଡେକ୍ସ କେତେ ଅଛି ? ବର୍ତ୍ତମାନ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ – ତାଳଚେର କଲେଜଠାରୁ ଚାଇଁପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଜମିରହୁଥିବା ଧୂଳି ନିୟମିତ ସଫା ହେଉନାହିଁ, ଡେରା ଠାରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ଏବଂ ପବିତ୍ର ମୋହନ ମେଡିକାଲ ଠାରୁ ସାଉଥ ବଲଣ୍ଡା ପର୍ଯ୍ୟନ୍ତ ଧୂଳି ସଫା ହେଉନାହିଁ କି ପାଣି ସିଂଚନ କରାଯାଉନାହିଁ, ପ୍ରଶାସନ ଦ୍ବାରା ଛୋଟ ବଡ ଢାବା, ହୋଟେଲ ଏବଂ ମୁଢିକଳ ଗୁଡିକ କୋଇଲା ଜାଳେଣୀ ନିଷେଦ୍ଧ କରାଯାଇଥିବାବେଳେ ତାହା ଏକ୍ୟୁଆଇ କମିବାରେ ପର୍ଯ୍ୟାପ୍ତ କି, ଅନୁଗୋଳ ଜିଲ୍ଲାରେ ଥିବା ବିଭିନ୍ନ ତାପଜ ବିଦ୍ୟୁତ କେନ୍ଦ୍ର ଯଥା : ଏନଟିପିସି, କଣିହାଁ, ଜେଆଇପିଏଲ ଡେରେଙ୍ଗ, ଜେଏସପିଏଲ, ଅନୁଗୋଳ, ନାଲକୋ ସିପିପି, ଜିଏମ ଆର ପାୱାର ପ୍ଲାଣ୍ଟ ସମେତ ତିନୋଟି କୋଲ ୱାସେରୀ ଗ୍ଲୋବାଲ ଆର୍ଯ୍ୟନ ସ୍ପେକଟୋରମ ୩, କୋଇଲା ଖଣିର ପରିବହନ ହେଉଥିବା ରେଲୱ ସାଇଡିଙ୍ଗ ପାଇଁ ପ୍ରଦୂଷଣ ବଢିବାରେ ଲାଗିଛି l ତେଣୁ ସେମାନଙ୍କ ପ୍ରତି ରାଜ୍ୟ ପ୍ରଦୂଷଣ ବୋର୍ଡର ନରମ ଭାବ କାହିଁକି ବୋଲି ରାଜ କିଶୋର ସାହୁ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l
