ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ସମ୍ବଦ୍ଧନା ଉତ୍ସବ ପାଳନ ହୋଇଯାଇଛି | ଏ ଉତ୍ସବ ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଓ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ, ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷର କୁମାର ବେହେରା,କୋଷାଧକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ,ଯୋଗଦେଇ ଓଡିଶା ଲୋକସେବା ଆୟୋଗ ( ଓ ପି ଏସ ସି )ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଭଉଣୀ ଆଇ. ସାଲୀନ ଓ ତାଙ୍କ ପିତା ମୁକୁନ୍ଦ ରାଓ ଜଣେ କୃଷକ ତଥା ବ୍ୟବସାୟ ଅଟନ୍ତି ଓ ଜାତୀୟ ସ୍ତରରେ ଆୟୋ ଜିତ ଟାଇକୋଣ୍ଡ କ୍ରୀଡାବିତ ଆଇସା ବେହେରା ତାଙ୍କ ପିତା ସତ୍ୟବାନ ବେହେରା ଓ ତାଙ୍କ ଧର୍ମ ପତ୍ନୀ ମହାଲକ୍ଷ୍ମୀ ବେହେରା ଯୋଗ ଦେଇ ଥିଲେ | ଏବଂ ସେମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯାଇଥିଲା | କାରଣ ଆଇ ଶାଲିନ ଓ ଆଇସା ଦୁହେଁ ଏହି ସ୍କୁଲ ର ଛାତ୍ରୀ ଥିଲେ | ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା ଶିଶୁଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ |
