You are currently viewing ଗଞ୍ଜାମ ଜିଲ୍ଲା ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ସାଧାରଣ ବୈଠକ
ଗଞ୍ଜାମ ଜିଲ୍ଲା ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ସାଧାରଣ ବୈଠକ

ବ୍ରହ୍ମପୁର ସେଲଟ୍ୟାକ୍ସ ଛକ ସ୍ଥିତ ଶଗୁନ କଲ୍ୟାଣ ମଣ୍ଡପଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗଞ୍ଜାମ ଆର ବି ଏସ କେ ଆୟୁଷ ଡାକ୍ତର ସଂଘର ସଭାପତି ଡା ମନୋରଞ୍ଜନ ରଥ ସଭାପତିତ୍ୱ ଗ୍ରହଣ କରିଥିଲେ | ଏକତା ହିଁ ବଳ, ଏକତା ରହିଲେ ଯେ କୌଣସି କାର୍ଯ୍ୟ ହାସଲ କରିବା ସମ୍ଭବ ହୋଇଥାଏ ବୋଲି ସଂଘର ସଭାପତି ଡାକ୍ତର ରଥ ଅଭିଭାଷଣରେ ରଖିଥିଲେ | ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ ଡା ରବୀନ୍ଦ୍ର ସେଠୀ ରାଜ୍ୟର କାର୍ଯ୍ୟ ଖସଡ଼ା ବିଷୟରେ ସମ୍ୟକ ଧାରଣା ଦେଇଥିଲେ | ଚାକିରୀର ସ୍ଥାୟୀକରଣ ବିଷୟରେ ଆଲୋଚନା କରି ଆଗାମୀ ଦିନରେ କେମିତି ତାହାକୁ ହାସଲ କରାଯିବ ସେ ବିଷୟରେ ବି ଆଲୋକପାତ କରିଥିଲେ |
ଜିଲ୍ଲାର ସାଧାରଣ ସମ୍ପାଦକ ଡାକ୍ତର ଜୟଦେବ ନାୟକ ଜିଲ୍ଲାର କାର୍ଯ୍ୟ ଖସଡ଼ା ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ନିକଟ ଭବିଷ୍ୟତରେ ଗୋଟିଏ ଆୟୁଷ ସ୍ୱାସ୍ଥ୍ୟ ମେଳା, ଵୃକ୍ଷ ରୋପଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ | ଜିଲ୍ଲାର ବରିଷ୍ଠ ଡାକ୍ତର ତଥା ଉପସଭାପତି ଡା ସୁବ୍ରତ ସ୍ୱରୂପ ପଣ୍ଡା ଆଗାମୀ ଦିନରେ ସଂଘକୁ କିପରି ସୁଦୃଢ କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ ଓ ମୁଖପାତ୍ର ଡା ମନୋରଞ୍ଜନ ପଣ୍ଡା ସମସ୍ତ ଡାକ୍ତର କିପରି ଏକାଠି ହୋଇ ଗୋଟିଏ ଛାତ ତଳେ ରହି ଆଗାମୀ ଦିନରେ କିପରି ସଂଗଠିତ ହେବ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ | କୋଷାଧକ୍ଷ ଡା କିରଣ କୁମାର ପଣ୍ଡିତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଲାଇଥିଲେ | ଏଥି ସହିତ ଅନ୍ୟ ସମସ୍ତ ବରିଷ୍ଠ ଆୟୁଷ ଡାକ୍ତରମାନେ ସଙ୍ଘ ର କାର୍ଯ୍ୟ ପନ୍ଥା କିପରି ତ୍ୱରାନ୍ୱିତ ହେବ ଆଲୋଚନା କରିଥିଲେ | ଏହି ସଭାରେ ସଂଘର ଅନ୍ୟ କର୍ମକର୍ତ୍ତା ତଥା ଡା ଚିନ୍ମୟ ପ୍ରଧାନ, ଡା ଲିଙ୍ଗରାଜ ଶତପଥୀ ସହିତ ଅନେକ ମହିଳା ଡାକ୍ତର ମଧ୍ୟ ଯୋଗଦେଇଥିଲେ l ସଂଘରେ ମହିଳା ଡାକ୍ତରଙ୍କ ମୁଖ୍ୟ ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା l ଶେଷରେ ଯୁଗ୍ମ ସମ୍ପାଦକ ଡା ମନୋଜ କୁମାର ବେହରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।