You are currently viewing ପକୃତିମାତାର ସୁରକ୍ଷା ପାଇଁ ଶପଥନେଲେ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ଅଧ୍ୟାପିକା
ପକୃତିମାତାର ସୁରକ୍ଷା ପାଇଁ ଶପଥନେଲେ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ଅଧ୍ୟାପିକା

ଆସିକା, ୯/୭ (ଶକ୍ତି ପ୍ରସାଦ କର)୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ, ନିରଞ୍ଜନ ସରକାରୀ ମହା ବିଦ୍ୟାଳୟ ଓ ଗଡ୍ ଅନୁଷ୍ଠାନର ମିଳିତ ଅନୁକୁଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବାବନପୁର ଠାରୁ ସାହାପୁର ରାସ୍ତାର ପାର୍ଶ୍ୱରେ ବିଭିନ୍ନ ପ୍ରକାର ଚାରା ବନିକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ଆସିକା ରେଞ୍ଜ କାର୍ଯ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ମୋକ୍ଷର ଧାମ ପକୃତି ମାତାଙ୍କ ପୁର୍ଣ୍ୟପିଠ ଠାରେ ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ପକୃତି ଓ ପରିବେଶର ବିକାଶ ଦିଗରେ ନିଜର ଆତ୍ମ ଶକ୍ତି ପ୍ରଦାନ ପାଇଁ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ, ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ବର ମାଝୀ, ଅଧ୍ୟାପକ ଶୁଭ ପ୍ରସାଦ ପାତ୍ର, ଅମିତ ଦିଗାଲ୍, ଶୁଶିଲ ଆଚାର୍ଯ୍ୟ ଏବଂ ଅଧ୍ୟାପିକା ଜୟପ୍ରଦା ମହାପାତ୍ର, ମମତା ନିଶାଙ୍କ, ରିଙ୍କି ନାହକ, ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ପ୍ରାଣୀସୁରକ୍ଷା ସମିତିର ସଭାପତି ଅମୁଲ୍ୟ ଉପାଧ୍ୟୟ ସମେତ ବହୁ ସରକାରୀ କର୍ମଚାରୀ ଯୋଗ ଦେଇଥିବା ବେଳେ ବାବନପୁର ସରପଞ୍ଚ ତଥା ପରିବେଶ ବିତ୍ ସଞ୍ଜୟ କୁମାର ନାୟକଙ୍କ ସହଯୋଗରେ ଏକ ପରିବେଶଭିତିକ ସଚେତନତା ରାଲି କରାଯାଇଥିଲା । ଏହି ଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।