You are currently viewing ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲର ବିଶ୍ଵସ୍ଥରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବି ନେଇ ଆନ୍ଦୋଳନ ।
ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲର ବିଶ୍ଵସ୍ଥରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବି ନେଇ ଆନ୍ଦୋଳନ ।

ବ୍ରହ୍ମପୁର , ୦୬/୦୨ -:- ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଅଵ୍ୟଵସ୍ତିତ ସ୍ୱାସ୍ଥ୍ୟ ସମସ୍ୟା ଦୂର କରି ଏଠାରେ ବିଶ୍ଵସ୍ଥରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବି ନେଇ ସମାଜସେବୀ ବିନୋଦ ସାବତ ଙ୍କ ନେତୃତ୍ୱରେ ଗଣ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟତଃ କାର୍ଡିଓଥରାସିସ ( ହୃଦରୋଗ ) ବିଭାଗରେ ଡାକ୍ତର ଶୂନ୍ୟ ହୋଇପଡିଥିବା ଯୋଗୁଁ ତୁରନ୍ତ ଡାକ୍ତର ନିଯୁକ୍ତି ଦେବା , ଅଚଳ ହୋଇପଡିଥିବା ଏଣ୍ଡସ୍କାପିକ ମେସିନ କାର୍ଯ୍ୟକ୍ଷମ କରିବା , ୨୪ ଘଣ୍ଟା ଅଲଟ୍ରା ସାଉଣ୍ଡ ପରୀକ୍ଷା କରିବା , ବନ୍ଦ ହୋଇଯାଇଥିବା ଅନକଲୋଜି ବିଭାଗ ଖୋଲିବା ଏବଂ ଖାଲିପଡିଥିବା ଡାକ୍ତର ପଦବୀ ତୁରନ୍ତ ପୁରଣ ଦାବି ନେଇ ମେଡିକାଲ କଲେଜ ସମ୍ମୁଖ ରେ ୩ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ପରେ ଏ ନେଇ ଏକ ଦାବିପତ୍ର ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ଅବନୀ କାନ୍ତ ମିଶ୍ର ଙ୍କୁ ପ୍ରଦାନ କରାଯିବା ସହ ମେଡିକାଲ ସମସ୍ୟା ସମାଧାନ ନେଇ ଦୀର୍ଘ ସମୟ ଆଲୋଚନା କରାଯାଇଥିଲା | ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ ଯଦି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ତେବେ ଆଗାମୀ ଦିନ ରେ ରାଜଧାନୀ ରାଜରାସ୍ତା ରେ ଧାରଣ ଦିଆଯିବ ବୋଲି ଧାରଣାରତ କର୍ମୀଙ୍କ ଏଠାରେ ମୋତ ପ୍ରକାଶ ପାଇଥିଲା | ଏହି ଆନ୍ଦୋଳନ ରେ ସମାଜସେବୀ ବିନୋଦ କୁମାର ସାବତ , ମାନସ ରଞ୍ଜନ ପାତ୍ର , ସରିତା ପଣ୍ଡା , ଦୀନେଶ ରାଜ , ଅସିତ କୁମାର ଶତପଥି , ରାଜେଶ ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ , ରୋହିତ ଭୂୟାଁ , ସିଦ୍ଧାର୍ଥ ପାଣିଗ୍ରାହି, ଧୀରେନ୍ଦ୍ର ପାଣିଗ୍ରାହୀ , ଅର୍ଜୁନ ବିଷୋୟୀ, କେ ଶିବ ପ୍ରସାଦ ପାତ୍ର , ବାଳକୃଷ୍ଣ ପ୍ରଧାନ, ମୀରା ବେହେରା , ଜୟନ୍ତୀ ଦାସ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣ ଧାରଣା ଦେଇଥିଲେ ।