You are currently viewing କୋଦଳା ନୂତନ କୋର୍ଟ ବିଲଡିଂ ନିର୍ମାଣ ର ଭରଚୁଆଲରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ହାଇକୋର୍ଟ ଜଷ୍ଟିସ
କୋଦଳା ନୂତନ କୋର୍ଟ ବିଲଡିଂ ନିର୍ମାଣ ର ଭରଚୁଆଲରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ହାଇକୋର୍ଟ ଜଷ୍ଟିସ

ବୁଧବାର ଦିନ ଓଡିଶାର 30 ଟି ନୂତନ କୋର୍ଟ କୋଠାର ଭରଚୁଆଲ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ସେହିକ୍ରମରେ ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟର ନୂତନ କୋଠା ନିର୍ମାଣ ପାଇଁ କୋଦଳା ଏନ ଏ ସି କାର୍ଯ୍ୟାଳୟ ପାର୍ଶ୍ୱରେ ଜାଗା ଚିହ୍ନଟ ସହ ଅର୍ଥ ମଂଜୁର ହୋଇଥିଲା । ବୁଧବାର ଦିନ ଅପରାହ୍ନ 4.30 ସମୟରେ ଏହି କୋଠା ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୋର୍ଟର ପରିସୀମା, ବହୁ ପରିମାଣ ରେ କେଶ ହେଉଥିବା, କୋର୍ଟ କାର୍ଯ୍ୟକ୍ରମ ଅଧିକ ଦୃଷ୍ଟିରୁ ନୂତନ କୋଠା ର ଆବଶ୍ୟକ ଜରୁରୀ ଥିଲା, ଏହା ନିର୍ମାଣ ହେବା ଫଳରେ ରେ କୋର୍ଟ କର୍ମଚାରୀ, ଓକିଲ ବନ୍ଧୁ ଓ ଜନସାଧାରଣ ଙ୍କ ଅନେକ ସୁବିଧା ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ଜର୍ଜ ରୂପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଚିନ୍ମୟ ଗଛାୟତ, ଜେ ଏମ ଏଫ ସି ବିମଳ ଲକ୍ଷ୍ମୀ ଚୌଧୁରୀ, ସିଭିଲ ଜର୍ଜ ବନାଳୀ ତ୍ରିପାଠୀ, ସରକାରୀ ଆଇନଯିବି ସୁବାସ ଚନ୍ଦ୍ର ସାହୁ, ବାର ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର,ଜେ ଏମ ଏଫ ସି କୋର୍ଟ ସରକାରୀ ଆଇନଜୀବୀ ସୁବ୍ରମଣୀ ଦାସ, ବରିଷ୍ଠ ଆଇନଯିବି ଭଗବାନ ହୋତା, ପ୍ରଫୁଲ କୁମାର ମିଶ୍ର,ଅବନୀ ମିଶ୍ର, ମାନସ କୁମାର ମିଶ୍ର, ଗୋପାଳ ସାହୁ, ନୀଳାଞ୍ଚଳ ପୋଲାଈ, ହର ପ୍ରସାଦ ସାହୁ, ତାରିଣୀ ପଟନାୟକ ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।