ରେଳ ରେ ଆସୁଛି ଗଞ୍ଜେଇ , ବିପୁଳ ପରିମାଣରେ ଗଞ୍ଜେଇ ଜବତ ।

ରାଉରକେଲା , ୨୦/୦୬ – ( ନୀଳକଣ୍ଠ ପ୍ରଧାନ ) -:- ରାଉରକେଲା ରେଲୱେ ଷ୍ଟେସନରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଆରପିଏଫ୍ ପୁଲିସ। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଯୁବକଙ୍କ ନାମ ଆଶିଷ ସେଠୀ।ସେ ସୋନପୁର ଜିଲ୍ଲା ମହୁଲଖୁଦା ଗ୍ରାମର ବାସିନ୍ଦା।ଅବକାରୀ ଏସଆଇ ଶ୍ରୀଧର ମହାନ୍ତି ଦେଇଥିବା ସୁଚନା ଅନୁସାରେ, ରେଲୱେ ଷ୍ଟେସନ ର ଦ୍ଵିତୀୟ ପ୍ରବେଶ ପଥରେ ଆରପିଏଫ୍ ଓ ଅବକାରୀ ପେଟ୍ରୋଲିଂ କରୁଥିଲେ। ସେହି ସମୟ ରେ ଆଶିଷ ସେଠୀ ଏକ ଆଟାଚି ଧରି ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିଲେ।ସନ୍ଦେହରେ ଧରିବା ସହ ସେ ଧରିଥିବା ଆଟାଚି ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ରହିଥିଲା।ଘଟଣା ସ୍ଥଳରୁ ହିଁ ତାଙ୍କୁ ଗିରଫ କରାଯିବା ସହ ଗଞ୍ଜେଇ ଜବତ କରାଯାଇଥିଲା।ଟଙ୍କା ପାଖରୁ ୮କେଜି ୮୩୫ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି।ସୂଚନା ଯୋଗ୍ୟ ଜଗଦଲପୁର ଇଣ୍ଟର୍ସିଟି ଏକ୍ସପ୍ରେସ ରେ ମାଲକାନଗିରି,ଜୟପୁର,କୋରାପୁଟ ଏବଂ ମୁନିଗୁଡା ଆଦି ଅଞ୍ଚଳ ରୁ ଏହି ରେଳ ଯୋଗେ ରାଉରକେଲା କୁ ଗଞ୍ଜେଇ ଆସେ ଏହି ଗଞ୍ଜେଇ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ,ବିହାର,ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ କୁ ଚାଲଣ ହୋଇଥାଏ ।