ବେଗୁନିଆପଡ଼ା (୨୩/୦୮/23)
ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଏକ ଉଦ୍ଯାନ କୃଷି କର୍ମଶାଳା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡ଼ା ମଙ୍ଗଳା ମନ୍ଦିର ନିକଟରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଉଦ୍ଯାନ କୃଷି ବିଭାଗର ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଉଦ୍ଯାନ କୃଷି ଅଧିକାରୀ ପ୍ରତାପ ପଣ୍ଡା , ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଆତ୍ମା ଅଧ୍ଯକ୍ଷ ବିଜୟ ପ୍ରଧାନ, କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ, ବରିଷ୍ଠ ସମାଜସେବୀ ମହେଶ୍ବର ବରାଡ, ବେଗୁନିଆପଡ଼ା ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ, ଦିଗାପଡା ସରପଞ୍ଚ ସମୀର କୁମାର ଶତପଥୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ତଥା ମହିଳା ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇଥିଲେ। ଚାରା ଲଗାଇବା ଠାରୁ ଆରମ୍ଭ କରି ବିହନ ସଂରକ୍ଷଣ ପର୍ଯ୍ୟନ୍ତ ମହିଳା ମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି; କିନ୍ତୁ ଜମି ଉପରେ ମାଲିକାନାସ୍ୱତ୍ତ୍ୱ ନଥିବା କାରଣରୁ ସରକାରୀ ଯୋଜନାରେ ପ୍ରଦାନ କରାଯାଉଥିବା ତାଲିମ୍, ସହାୟତା ତଥା କୃଷି ଋଣରୁ ସେମାନେ ବଞ୍ଚିତ ହୋଇଥାନ୍ତି । ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କରିବା ଓ ରୋଜଗାର ଉପରେ ସେମାନଙ୍କର ନିୟନ୍ତ୍ରଣ ନଥାଏ ।ମହିଳା କିଷାନ ମାନଙ୍କର ଜୀବନଜୀବିକାର ଉନ୍ନତି ସହ ଉଦ୍ଯାନ କୃଷି ସମ୍ବନ୍ଧୀୟ ବିଭିନ୍ନ ନୀତିର ଶିକ୍ଷା ଦେଇଥିଲେ ପ୍ରମୁଖ ଅଧିକାରୀ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
