You are currently viewing ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ
ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ

ପୁରୀ ୧/୮ ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ନିମାପଡା, ପିପିଲି,ଡେଲାଙ୍ଗ ଓ କଣାସ ବ୍ଲକ ର ମୋଟ ୧୦ ଟି ପଞ୍ଚାୟତ ର ୧୫ ଟି ଗ୍ରାମ ପ୍ରଭାବିତ ହୋଇଛି।ଏଥିରେ ମୋଟ ୧୭୨୨୧ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂଚନା ଦେଇଛନ୍ତି। ଜିଲ୍ଲା ଜରୁରୀ ବିଭାଗର ତଥ୍ୟ ଅନୁସାରେ ନିମାପଡା ବ୍ଲକର ଶଗଡା ପଞ୍ଚାୟତ,ପିପିଲି ବ୍ଲକ ର ପୁବା ଶାସନ, କଣ୍ଟି,ପୋପରଙ୍ଗା,ଓ ଭାରତୀପୁର ପଞ୍ଚାୟତ,କଣାସ ବ୍ଲକର ବଡାଶ, ଦୋକନ୍ଦା, ପାଣ୍ଡିଆକେରା ଓ ଗଡବଳଭଦ୍ରପୁର ପଞ୍ଚାୟତ ଏବଂ ଡେଲାଙ୍ଗ ବ୍ଲକର ସିଂହବରହମପୁର ପଞ୍ଚାୟତ ର ୧୭୨୨୧ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି।

ପ୍ରଭାବିତ ମାନଙ୍କ ମଧ୍ୟରେ ୪୬ କ୍ୟୁଣ୍ଟାଲ ଚୁଡା ଓ ୫.୩ କ୍ୟୁଣ୍ଟାଲ ଗୁଡ ବଣ୍ଟନ କରାଯାଇଛି।କୃଷି ବିଭାଗର ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରାୟ ୩୧୦୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି।ଚିକିତ୍ସା ସୁବିଧା ପାଇଁ କଣାସ ବ୍ଲକରେ ଗୋଟିଏ ମେଡ଼ିକାଲ ଟିମ ମୁତୟନ କରାଯାଇଛି।ବନ୍ୟା ର ମୁକାବିଲା ପାଇଁ ପୂର୍ବରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏକ ଆଭାସୀ ବୈଠକ ମାଧ୍ୟମରେ ସମସ୍ତ ବିଡ଼ିଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଆବଶ୍ୟକ ସ୍ଥଳେ ଖାଲୁଆ ଅଞ୍ଚଳ ରୁ ଲୋକ ମାନଙ୍କୁ ଉଦ୍ଧାର କରି ନିରାପଦ ଆଶ୍ରୟ ସ୍ଥଳରେ ରଖିବା, ଖାଦ୍ୟ,ପାନୀୟ ଜଳ, ଚିକିତ୍ସା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥଲେ।ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେ ରହିଛି।ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଓ ବନ୍ୟା ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେବା ସହ ଅଯଥା ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି।ଅପରପକ୍ଷରେ ଜଳସ୍ତର ହ୍ରାସ ପାଉଛି ବୋଲି ଜଳସେଚନ ବିଭାଗ ସୂଚନା ଦେଇଛନ୍ତି।