ଗୋପାଳପୁର ୨୮/୨/୨୬ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆଜି ଜାତୀୟ ସେବା ଯୋଜନା ଓ ମାୟୀ ଭାରତ ଗଞ୍ଜାମ ଓ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ମିଳିତ ଉଦ୍ୟମରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ଗୀତାଞ୍ଜଳି ଦାଶ ଯୋଗ ଦେଇ ଶୀର୍ଷକ ଜରୁରୀ କାଳୀନ ପରିସ୍ଥିତିର ୫୦ ବର୍ଷ : ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା କୁ ନେଇ ଗଣତନ୍ତ୍ର ପ୍ରତି କିପରି କୁଠାରଘାତ ଥିଲା ସେ ନେଇ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ପିଜି କାଉନସିଲ ଅଧକ୍ଷ ପ୍ରଫେସର ଯୋଗେଶ୍ଵର ପାଣିଗ୍ରାହୀ ଯୋଗଦେଇ ପ୍ରତିଯୋଗିମାନଙ୍କୁ ଉସ୍ରାହିତ କରିବା ସହ ଏହି ଭଳି କାର୍ଯ୍ୟକ୍ରମ ଭାଗ ନେବାକୁ ପ୍ରେରଣା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡା ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଦେବା ସହ ଜାତୀୟ ସ୍ତରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ କୃତକାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମାୟୀ ଭାରତ ଗଞ୍ଜାମ ସଂଯୋଜକ ଅକ୍ଷୟ ନିପୁନେ ଯୋଗ ଦେଇ ବିକଶିତ ଭାରତ ଯୁବ ସଂସଦ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ଗଞ୍ଜାମ ଜିଲ୍ଲାର ଜାତୀୟ ସେବା ଅଧିକାରୀ ଗଣେଷ ସାହୁ ଯୋଗ ଦେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ପ୍ରଭାବ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର କଲ୍ୟାଣ ନିର୍ଦ୍ଧେଶକ ପ୍ରଫେସର ଗଣେଷ ସେଠୀ ଯୋଗ ଦେଇ ୫୦ ବର୍ଷର ଜରୁରୀକାଳୀନ ପରିସ୍ଥିତି କିପରି ଭାବରେ ଗଣତନ୍ତ୍ର କୁ ଏକ ଶିକ୍ଷା ଦେଇଯାଇଛି ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଡ. ଶତିସୀ କୁମାର ନାୟକଙ୍କୁ ସମ୍ମାନିତ କରାଯିବା ସହ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧିକାରୀ ଡ଼.ଶଙ୍କର୍ଷଣ ମଲ୍ଲିକ ପରିଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକାରୀ ଅଧିକାରୀ ଡ. ଚଦ୍ରିକା ପ୍ରସାଦ ଦାସ,ଡ଼.କବିତା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ l ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ସୁମନ ପ୍ରଭା ପାତ୍ର, କଳାବତୀ ଭତ୍ରା, ସୁବୋଧ୍ୟ ବେହେରା , ସୁରେଶ ସେଠୀ, ସୁନୀଲ, ଅଙ୍କିତା, ତପସ୍ୱୀନି, ଶିଖା ସହଯୋଗ କରିଥିଲେ l ଏଥିରେ ଗଞ୍ଜାମ ଜିଲ୍ଲାରୁ ୨୧୨ ଜଣ ପ୍ରତିଯୋଗୀ ପଞ୍ଜିକୃତ କରିଥିବା ବେଳେ ୧୧୨ ଅଂଶ ଗ୍ରହଣ କରିଥିଲେ l ୫ ଜଣ ବିଚାରକ ମଣ୍ଡଳି ରହି ୫ ଜଣ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରରେ ବିଧାନସଭାରେ ହେବାକୁ ଥିବା ଯୁବ ସାଂସଦ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ କରିଛନ୍ତି l
