You are currently viewing ମିଶନ ଶକ୍ତି ୠଣ ବ୍ୟବସ୍ଥା ନେଇ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ମିଶନ ଶକ୍ତି ୠଣ ବ୍ୟବସ୍ଥା ନେଇ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ମିଶନ ଶକ୍ତି ୠଣ ବ୍ୟବସ୍ଥା ନେଇ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓଙ୍କ ସଭାପତିତ୍ବରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଏଚ୍ ଡି ଏଫ୍ ସି ବ୍ୟାଙ୍କ ଅଫିସର ସନ୍ତୋଷ ରାଉତ , ସମିତି ସଭ୍ଯା ସୁନୀତା ରେଡ୍ଡୀ , ବି ଏଲ୍ ସି ସଙ୍ଗୀତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମିଶନ ଶକ୍ତି ବିପିସି ଅଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ତଥା କ୍ରିୟାଶୀଳ କରିବା ସକାଶେ ମିଶନ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଋଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ଦେଇ ଆସୁଛନ୍ତି । ଯାଦ୍ବାରା ମହିଳା ମାନେ ଏହି ଋଣ ମାଧ୍ୟମରେ କିଛି ବ୍ୟବସାୟ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ସ୍ବାବଲମ୍ବୀ ହେବାରେ ସହାୟ ସୋଇପାରିବ ବୋଲି କହିଥିଲେ । ତେଣୁ ଗ୍ରାମାଞ୍ଚଳ ମାନଙ୍କରେ ଅଧିକରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କିପରି ସଙ୍ଗଠିତ ହୋଇପାରିବ ତାହା ଉପରେ ବିଶେଷ ଆଲୋଚନା କରାଯାଇଥିଲା । ମହିଳା ମାନଙ୍କର ସୁଧ ଭାର କମାଇବା ସହ ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରାଇବା ସକାଶେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ମାଧ୍ୟମରେ ଯୋଗ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ବ୍ୟାଙ୍କରେ ସଠିକ ସମୟରେ ଋଣ ପରିଶୋଧ କରି ବାର୍ଷିକ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ୠଣ ପାଇପାରିବେ କହିଥିଲେ । ଆଜିର ଶିବିରରେ ବ୍ଳକ ଅଧିନସ୍ଥ ପଦ୍ମନାଭପୁର , ଜକର , ଗଡଗୋବିନ୍ଦପୁର , ବମକୋଇ , କରପଡା ଆଦି ପଞ୍ଚାୟତର ୧୪୦ ମହିଳା ଗୋଷ୍ଠୀ ଉପସ୍ଥିତ ରହିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା