You are currently viewing ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୁଷୋତ୍ତମପୁର ସହର ରେ ଥିବା ତାରାତାରିଣୀ ମହାବିଦ୍ୟାଳୟ ର ଅଡ଼ି ଟୋରିଅମ ହଲରେ ଛାତ୍ରଛାତ୍ରୀ ଙ୍କୁ ନେଇ କଲେଜର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ସଂଯୋଜନା ରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଶିକ୍ଷାଗତ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ନିର୍ମିତ ନିର୍ବାଚନ ସାକ୍ଷାରତ ସଂଘ ର ସ୍ୱତନ୍ତ୍ର ନିର୍ବାଚନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ଯୋଗ ଦେଇ ସଭା ର ଶୋଭାମଣ୍ଡନ କରିଥିଲେ ଏବଂ ନୂତନ ଭୋଟର ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ |

ଏହାସହିତ ସଙ୍ଘ ର ନୋଡାଲ ଅଫିସର ତଥା ରାଜନୀତିବିଜ୍ଞାନ ର ବିଶିଷ୍ଟ ଅଧ୍ୟାପକ ଡ଼ ସମୀର କୁମାର ମିଶ୍ର ଙ୍କ ତତ୍ୱାବଧାନ ରେ ନିର୍ମିତ ସଂଘ ର ସ୍ବେଛାସେବୀ ସଂଗଠନ ର ନେତୃତ୍ବ ଛାତ୍ରୀ ସୁଶ୍ରୀ ତେଜସ୍ୱିନୀ ବେହେରା, ସ୍ଵାଗତିକା ଆଚାରି ଓ ପି ଦିୱାନି ପାତ୍ର ସେମାନଙ୍କ ବିଶେଷ ବାତ୍କୃତା ମାଧ୍ୟମ ରେ ସଭା ରେ ଉପସ୍ଥିତ ସମସ୍ତ ଛାତ୍ର, ଛାତ୍ରୀ ଙ୍କ ମଧ୍ୟରେ ମନମୁଗ୍ଧକାରି ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥିଲେ |ସଭାକାର୍ଯ୍ୟ ଆରମ୍ଭରେ ପୁରୁଷୋତ୍ତମପୁର ପଂଚାୟତ ସମିତି ର ବୈଷୟିକ ବିଭାଗ ର ବିଶେଷଜ୍ଞ ଦଳ ର ସଦସ୍ୟ ଶ୍ରୀ ଧନେଶ୍ୱର ଗୌଡ଼ ଏବଂ ଶ୍ରୀ ନୀଳମାଧଵ ରଥ ନିର୍ବାଚନ ସମ୍ବଧୀତ ପ୍ରସଙ୍ଗମାନ ତଥା ନୂତନ ଭୋଟର ଙ୍କ ପଞ୍ଜିକରଣ ନିମନ୍ତେ ଉଦ୍ଧିଷ୍ଟ ମୋବାଇଲ ଆପ୍ଲିକେସନ ଓ ୱେବ୍ ସାଇଟ ର ବିସ୍ତୃତ ଭାବେ ତାଲିମ ଦେଇଥିଲେ |ଏତଦ ବ୍ୟତୀତ ସଭା ରେ ମହାବିଦ୍ୟାଳୟ ର ଅନ୍ୟାନ୍ନ ଅଧ୍ୟାପକ ବୃନ୍ଦ ଏବଂ ବରିଷ୍ଠ ପତ୍ରକାର ଆଦି ଉପସ୍ଥିତ ରହି ସଭା କୁ ସାଫଲ୍ୟ ମଣ୍ଡନ କରିବାରେ ସହଯୋଗ କରିଥିଲେ |

ଏହାସହ ଯେକୌଣସି ନିର୍ବାଚନରେ ଜଣେ ସଚେତନତଭୋଟର ଙ୍କ ଭୂମିକା କେତେ ଗୁରୁତ୍ୱ ପୂର୍ଣ୍ଣ ସେ ନେଇ ଛାତ୍ର, ଛାତ୍ରୀଙ୍କୁ ସଚେତନ କରିଥିଲେ ଏବଂ ଛାତ୍ର, ଛାତ୍ରୀ ମାନେ ନିଜେ କିପରି ସବୁ ଠିକ ତଥ୍ୟ ଦେଇ ଏହି ଆପ ମାଧ୍ୟମରେ ନିଜେ ଭୋଟର ପରିଚୟ ପତ୍ର ପଞ୍ଜିକରଣ କରିପାରିବେ ତାଉପରେ ସମସ୍ତେ ବୁଝିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ