ଭଞ୍ଜନଗର,୨୬/୭(ଶକ୍ତି ପ୍ରସାଦ କର) ଶିକ୍ଷା ବିଭାଗ ଓ ବନ ବିଭାଗ ଙ୍କ ସହଯୋଗ ରେ କାରଗିଲ ବିଜୟ ଦିବସ ଏବଂ ବୃକ୍ଷ ସୁରକ୍ଷା, ଜୀବନ ରକ୍ଷା କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ର ସହିତ ପାଳନ ହୋଇଛି |ଆଜିର କାରଗିଲ ବିଜୟ ଦିବସ ରେ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିଲେ |ବିଭିନ୍ନ ପ୍ରକାର ଚାରା ଯଥା ଅଁଳା, ବେଲ, ନିମ, ସଜନା ଇତ୍ୟାଦି ଗଛ ରୋପଣ କରି ତାହାର ସୁରକ୍ଷା ବାବଦରେ ସଚେତନ କରାଯାଇଥିଲା |କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ର ସଭ୍ୟ /ସଭ୍ୟା ଏବଂ କର୍ମ କର୍ତ୍ତା ଙ୍କ ଦ୍ୱାରା “ମାଆ ପାଇଁ ଗଛ ଟିଏ “ସ୍ଲୋଗାନ ଦେଇ ଗୋଟିଏ ଗୋଟିଏ ଚାରା ରୋପଣ କରାଯାଇଥିଲା |
ଏହି କାର୍ଯ୍ୟକ୍ରମ ରେ ଉତ୍ତର ଘୁମୁସର ବନ ଖଣ୍ଡର ସହକାରୀ ବନ ସଂରକ୍ଷକ ବିବେକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଳ ପାଣି ଶତପଥି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ |ଏଥି ସହିତ ସମ୍ମାନିତ ଅତିଥି ଭାବେ ABEO ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, CRCC ନୀଳକଣ୍ଠ ନନ୍ଦ ଯୋଗ ଦେଇଥିଲେ |ଶ୍ରୀମତୀ ସଲିଳ ବାଳା ପତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |

ଏହି ମାନଙ୍କ ସହିତ ସତ୍ୟ ନାରାୟଣ ତ୍ରିପାଠୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଲ୍ୟାଣୀ ପାଣିଗ୍ରାହୀ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିଭା ବିଷୋୟୀ, ରଶ୍ମିତା ସେଠି ବନ ରକ୍ଷୀ ଯୋଗ ଦେଇ ଉପରୋକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ |କାରଗିଲ ବିଜୟ ଦିବସ ଅବସରରେ ସହିଦ ମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ମଶାଲ ପ୍ରଜ୍ୱଳନ, ଶାନ୍ତି ପାଠ ଏବଂ ଜୟ ଯବାନ, ଜୟ କିଷାନ ନାରା ଦ୍ୱାରା ସ୍ୱତନ୍ତ୍ର ସଚେତନ ତା ବାର୍ତ୍ତା ପ୍ରେରଣ କରାଯାଇଥିଲା |ଆଜିର ଏହି କାରଗିଲ ବିଜୟ ଦିବସ ଏବଂ ଅବସର କାଳୀନ ସଭା କାର୍ଯ୍ୟକ୍ରମ ରେ ବହୁ ପରିବେଶ ପ୍ରେମୀ, ଶିକ୍ଷାବିତ, ସମାଜସେବୀ ତଥା ବନ ସୁରକ୍ଷା ସମିତି ସଭାପତି ଶରତ ଚନ୍ଦ୍ର ସ୍ୱାଇଁ ଏବଂ ସହକର୍ମୀ କୁନା କୁମାର ଦାସ ସଂଯୋଜନା ଏବଂ ପରିଚାଳନା କରିଥିଲେ |

ପ୍ରକାଶ ଥାଉକି ଆଜିର ଏହି ପବିତ୍ର କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପରିବେଶ ସଚେତନତା, ଦେଶାତ୍ମ ବୋଧକ ନୃତ୍ୟ ନାଟିକା ପରିବେଷଣ କରି ଉପସ୍ଥିତ ଲୋକଙ୍କୁ ସଚେତନତା କରାଇଥିଲେ |ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିର୍ଦେଶନା ଦେଇଥିଲେ ହାଡୁ ମଳିକ ଏବଂ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ଖୁବ ମନୋରମ ହୋଇଥିଲା |
