ମୁନିଗୁଡ଼ା /୨୦/୯ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ
ଅନ୍ତର୍ଗତ ତଳ ଛେଳିଆନାଳ ଗ୍ରାମରେ ଘର ଘର ବୁଲି
ଶୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କୁ ସଚେତନତା
କରାଉଥିବା ସହ ପଦଯାତ୍ରା ହୋଇ ଥିବା ଜଣାପଡିଛି। ମହିଳା ସଦସ୍ୟା ରଜନି କଅଁର ଙ୍କ ନେତୃତ୍ବରେ ମା ହୀରାନିଳା, ମା ତାରିଣୀ ,ମା ଗଜଲକ୍ଷ୍ମୀ,ମା ସୀତା ଲକ୍ଷ୍ମୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ୍ ରେ
କିପରି ଆଧାର ସଂଯୋଗ କରିବେ,ଜନସେବା କେନ୍ଦ୍ର
ରେ କିଭଳି ନିର୍ଭୁଲ ଭାବରେ ଶୁଭଦ୍ରା ଫର୍ମ ଆବେଦନ କରିବେ ସେ ନେଇ ସଚେତନତା କରାଇବା ସହ କିପରି ଗ୍ରାମର ସମସ୍ତ ମହିଳା ମାନେ
ଶୁଭଦ୍ରା ଯୋଜନା ରେ ସାମିଲ୍ ହୋଇ ପାରିବେ ସମସ୍ତ ଙ୍କୁ ଅବଗତ କରାଉଥିବା ଉକ୍ତ ମହିଳା ସଂଘ ର ସଦସ୍ୟା ମାନେ ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।
