You are currently viewing ‘ଅନନ୍ୟ ଉତ୍କଳ’ ର ୫ମ ସ୍ଵନକ୍ଷତ୍ର ତଥା ଉତ୍କଳ ଦିବସ ସମାରୋହ ପାଳିତ।
‘ଅନନ୍ୟ ଉତ୍କଳ’ ର ୫ମ ସ୍ଵନକ୍ଷତ୍ର ତଥା ଉତ୍କଳ ଦିବସ ସମାରୋହ ପାଳିତ।

ଖଲିକୋଟ 1/4 ରମ୍ଭା ଗାୟତ୍ରୀ ଶକ୍ତି ପୀଠ ଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅନନ୍ୟ ଉତ୍କଳ ବହୁମୁଖୀ ସମାଜ ସଂସ୍କୃତି ପରିଷଦ ‘ଓ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାମାଜିକ ପରିଷଦ ତରଫରୁ ଉତ୍କଳ ଦିବସ ମହା ଆଡ଼ମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି। ଅନନ୍ୟ ଉତ୍କଳ ର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଙ୍କ ଆହ୍ୱାନ ଓ ମଞ୍ଚ ପରିଚାଳନା କ୍ରମେ ପ୍ରାରମ୍ଭ ରେ ଶକ୍ତିପୀଠ ର ଟ୍ରଷ୍ଟି ଗୋକୁଳ ନାହାକ ବେଦ ମନ୍ତ୍ର ପାଠ କରି ଥିଲେ। କବି ସମ୍ମିଳନୀ, ଆଲୋଚନା ଓ ପ୍ରତିଭା ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇ ଥିଲା।ପ୍ରାକ୍ତନ ନଗର ପାଳ ସୁବାସ ପଣ୍ଡା ସଭାପତି, ମୁଖ୍ୟଅତିଥି ଭାବେ ଇଂ ପ୍ରଫୁଲ୍ଲ ମିଶ୍ର, ମୁଖ୍ୟ ବକ୍ତା ଭାବେ ଡ଼ଃ ବିଷ୍ଣୁ ଦାସ, ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ମହା ସଚିବ ଓ କବି ଗୋପୀନାଥ ଦାଶ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ଗଠନ ରେ ରମ୍ଭା ଓ ଖଲିକୋଟ ରାଜ ବହାଦୁର ଙ୍କ ଭୂମିକା ଉପରେ ଆଲୋକ ପାତ କରିଥିଲେ।

ବର୍ଷିଆନ ଶିକ୍ଷାବିତ ଗୋଦାବରୀଶ ମିଶ୍ର ଙ୍କ ସଂକଳିତ ‘ସୁଖୀ ସଂସାର ର ସୂତ୍ର ‘ ଓ ବାର୍ଷିକ ମୁଖପତ୍ର ‘ଅନନ୍ୟ ଉତ୍କଳ ‘ ଲୋକାର୍ପିତ ହୋଇଥିଲା। ଗୋଦାବରୀଶ ମିଶ୍ର ଙ୍କୁ ପୂଜ୍ୟ ପୂଜା ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ବେଳେ, BeMC ର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରାଙ୍କୁ ‘ଅନନ୍ୟ ଉତ୍କଳ ପାରଦର୍ଶି ପ୍ରଶାସିକା ‘ ସମ୍ମାନ ପ୍ରଦାନ କରା ଯାଇଥିଲା। ଡ଼ଃ ଦଣ୍ଡପାଣି ମହାପାତ୍ର ଧନ୍ୟବାଦ ଦେଇଥିଲେ।


ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ