*ଅନୁଗୋଳରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ୫୦ ହଜାର ଚାକିରୀ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ
ଅନୁଗୋଳ:(ଦିଲୀପ କୁମାର ଚୋପଦାର ) – ଦ୍ଵାଦଶତମ ଅନୁଗୋଳ ମହୋତ୍ସବ-୨୦୨୫ ଓ ପଲ୍ଲିଶ୍ରୀ ମେଳାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଆଜି ସ୍ଥାନୀୟ ଅନୁଗୋଳ ଷ୍ଟାଡିୟମ ଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ସର୍ବପ୍ରଥମେ ଅନୁଗୋଳବାସୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ଏବଂ ମହାପ୍ରଭୁ ଜଗନ୍ନାଥ, ମା’ବୁଢୀ ଠାକୁରାଣୀ ଓ ମା’ ହିଙ୍ଗୁଳାଙ୍କ ନିକଟରେ ଅନୁଗୋଳବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ । ଅନୁଗୋଳର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ମା ବୁଢୀ ଠାକୁରାଣୀ ପୀଠ, ମଦନ ମୋହନ ମନ୍ଦିର, ପୁରୁଣାଗଡର ମା କନକ ଦୁର୍ଗା, ମା କଳାପାଟ, ପାତ୍ରପଡାର ମା ବାୟାଣୀପୀଠ, କୋଶଳାର ରାମଚଣ୍ଡି ପିଠ, ତାଳଚେର ମା ହିଙ୍ଗୁଳା ପିଠ, ଗଡସନ୍ତ୍ରୀର ମା ଲୋଭୀ ଠାକୁରାଣୀ, ଆଠମଲ୍ଲିକ ମା’ ଦିନକେଇ ଓ ଦେଉଳଝରୀ ଭଳି ବହୁ ପୁରାତନ ଦେବାଦେବୀ ସ୍ଥଳୀ ଜିଲ୍ଲାର ଧାର୍ମିକ ଓ ଆଧ୍ୟାତ୍ମିକ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି ବୋଲି ସେ କହିଥିଲେ ।

ଓଡିଆ ଅସ୍ମିତା ଏବଂ ଓଡିଆ ସଂସ୍କୃତିକୁ ଅଙ୍ଗେ ଅଙ୍ଗେ ପାଳନ କରୁଥିବା ଅନୁଗୋଳ ଜିଲ୍ଲା ସେବା, ସଂସ୍କାର ଓ ଓଡିଆ ସାମାଜିକ ସଂହତିର ଜଳନ୍ତ ଉଦାହରଣ ଏବଂ ଶିକ୍ଷା, କ୍ରୀଡା ଓ ବୈଷୟିକ ଜ୍ଞାନ ଆଦି କ୍ଷେତ୍ରରେ ଏହି ଜିଲ୍ଲା ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଥିଲେ । ରାଜା ସୋମନାଥ ସିଂହଙ୍କ ବ୍ରିଟିଶ ବିରୋଧୀ ଲଢେଇ, ପବିତ୍ର ମୋହନ ପ୍ରଧାନଙ୍କ ଗଡଜାତ ବିରୋଧୀ ପ୍ରଜାମଣ୍ଡଳ ଆନ୍ଦୋଳନ, ନୃସିଂୟ ରାୟଗୁରୁ ଓ ରାଧାମୋହନ ଗଡନାୟକଙ୍କ ଭଳି ମହାନ ମନିଷୀମାନଙ୍କ ଅତୁଳନୀୟ ଅବଦାନ ଏହି ମାଟିର ମହତ୍ବକୁ ଜାତୀୟ ସ୍ତରରେ ଗୌରାବାନ୍ବିତ କରିଛି ବୋଲି ସେ କହିଥିଲେ ।

ମହାନ ଗାନ୍ଧୀବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ମାଳତୀ ଚୌଧୁରୀଙ୍କ ଏହି ମାଟିକୁ ନିଜର କର୍ମଭୂମୀ ଭାବେ ସ୍ଵିକାର କରିଥିଲେ ଏବଂ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମୀଙ୍କ ପିଲାମାନଂକ ଶିକ୍ଷା ପାଇଁ ବାଜିରାଉତ ଆଶ୍ରମ ସ୍ଥାପନ କରିଥିଲେ ବୋଲି ସେ କହିଥିଲେ । ଏହି ଅବସରରେ ସେ ଏହି ଆଶ୍ରମର ପୂର୍ବ ଗୌରବ, ଏହାର ସର୍ବାଙ୍ଗୀନ ଉନ୍ନତି ଓ ଗୁଣାତ୍ମକ ମାନ ବଢାଇବେ ବୋଲି କହିଥିଲେ ।

ଏହି ଅବସରରେ ବାଜିରାଉତ ଛାତ୍ରାବାସ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ୧ କୋଟି ୨୫ ଲକ୍ଷ ଟଙ୍କ ମଞ୍ଜୁର କରିଥିଲେ ଏବଂ ଏକ ସ୍ମୃତି ପୀଠ ନିର୍ମାଣ କରାଯିବ ବୋଲି ସେ କହିଥିଲେ । ଅନୁଗୋଳରେ ବୃହତ ରାଷ୍ଟ୍ରାୟତ କମ୍ପାନୀ ସହିତ ବେସରକାରୀ ଉଦ୍ୟୋଗୀମାନେ ଏହି ଜିଲ୍ଲାକୁ ଓଡିଶାର ଶିଳ୍ପ ମାନଚିତ୍ରରେ ସ୍ଥାନ ଦେଇଛି, ଏବଂ ଏହି ଅଞ୍ଚଳର ରାଜ୍ୟ ଓ ଦେଶର ଅର୍ଥନୀତିରେ ବଳିଷ୍ଠ ଯୋଗଦାନ ରହିଛି । ଶିଳ୍ପ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅନୁଗୋଳ ଜିଲ୍ଲାର ବିକାଶକୁ ତାଙ୍କ ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି ମଧ୍ୟ ସେ କହିଥିଲେ । ଆଗାମୀ ବର୍ଷରେ । ଅନୁଗୋଳରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ୫୦ ହଜାର ଚାକିରୀ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି ବୋଲି ସେ କହିଥିଲେ । ଡବଲ ଇଞ୍ଜିନ ସରକାର ଆସିବା ପରେ ରାଜ୍ୟ ସମେତ ଅନୁଗୋଳର ବିକାଶ ଧାରା ତ୍ୱରାନ୍ବିତ ହୋଇଛି ଏବଂ ବହୁ ପ୍ରତିକ୍ଷିତ ଅନୁଗୋଳ ବାରମାସ୍ ରାସ୍ତାର କାର୍ଯ୍ୟ
। ଏହି

ପାଖା ପାଖୁ ସମ୍ପୂର୍ଣ୍ଣ ହୋଇଯାଇଛି ବୋଲି ସେ କହିଥିଲେ । ସେହିପରି ତାଳଚେର ବିମଳାଗଡ ରେଳ ଲାଇନ, ରାଜ୍ୟ ରାଜପଥ ୫୫ (କଟକ ରୁ ସମ୍ବଲପୁର) ପ୍ରକଳ୍ପ ରାସ୍ତା ୪ ଲେନରୁ ୬ ଲେନ୍ ହେବ ବୋଲି ସେ କହିଥିଲେ । ଏହି ଅବସରରେ ସେ ଜିଲ୍ଲାର ୯ ବିଭାଗର ୩୫୦ କୋଟି ୭୬ ଲକ୍ଷ ଟଙ୍କାର ମୋଟ ୪୫ଟି ପ୍ରକଳ୍ପର ଉଦଘାଟନ ଓ ୪୪୯ ଲକ୍ଷ ଟଙ୍କାର ମୋଟ ୮୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଏବଂ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ ସ୍ବପ୍ନକୁ ସାକାର କରିବା ପାଇଁ ଅନୁଗୋଳ ଜିଲ୍ଲାର ଏକ ବହୁତ ବଡ ମହତ୍ତ୍ବ ରହିବ ବୋଲି ସେ କହିଥିଲେ ଅବସରରେ ସେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଶ୍ରୀମତୀ କବିତା ରାଉତ (ମହିଳା ସ୍ଵାସ୍ଥ୍ୟ କର୍ମୀ), କାଂଚନ ପ୍ରଧାନ ଆଶାକର୍ମୀ, ଶ୍ରୀ ଅମ୍ବୁଜ ଗଡନାୟକ ଶିକ୍ଷକ, ଜ୍ୟୋତ୍ସ୍ନାରାଣୀ ଗଡନାୟକ ଅଙ୍ଗନାୱାଡି କର୍ମୀ, ନୁର ହୁସେନ ଖାନ୍ (ପାରା ବ୍ୟାଡମିଟନ ଖେଳାଳୀ)ଙ୍କୁ ସମ୍ବର୍ଦ୍ଧନା କରିଥିଲେ । ୨୦୨୫ ମସିହା ଅନୁଗୋଳ ମହୋତ୍ସବର ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ‘ ବନ୍ଦେ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା । ଏହି ଊଦଘାଟନୀ ସମାରୋହରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି , ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି , ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖତର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଆରକ୍ଷୀ ବାହିନୀ, ବରିଷ୍ଠ ନାଗରିକ,ବୁଦ୍ଧିଜିବୀ, ଗଣମାଧ୍ୟମର ପ୍ରତିନି ଓ ହଜାର ହଜାର ଅନୁଗୋଳ ଜନସାଧାରଣ ଯୋଗ ଦେଇଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକ ଝୁମି ଉଠିଥିଲେ ।

