You are currently viewing ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ
ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ

ଗଜପତି ଜିଲ୍ଲା ୧୯/୧୨ ପାରଳାଖେମୁଣ୍ଡି ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ଯୁକ୍ତ ମୀନକେତନ ପଟ୍ଟନାୟକ ଏବଂ ଅନୁଷ୍ଠାନର ସଭାପତି ଶ୍ରୀ ହରିॐ‌ମ୍ ଗିରୀ ଗତ ତା- ୧୮/୧୨/୨୦୨୩ ରିଖରେ ଗଜପତି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ଗଜପତି ଜିଲ୍ଲା ମାନବ ଅଧିକାର ରକ୍ଷକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଗୌଡ଼ ଏବଂ ମହିଳା ସଭାପତି ଶ୍ରୀମତି ଅରୁଣୀମା ସାହୁ ଓ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକର ମୂଳ ଉଦ୍ଦେଶ୍ୟ ହେଲା ବାକ ସ୍ୱାଧୀନତା, ଭୟମୁକ୍ତ ଜୀବନ ସହ ଦାରିଦ୍ର୍ୟ ଦୂରୀକରଣ ଭଳି ଅନେକ ମୂଲ୍ୟବାନ ମାନବ ଅଧିକାର ସପକ୍ଷବାଦୀ ଅଧିକାର ଉପଭୋଗ କରିବାକୁ ଲୋକଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି। ଜାତି, ଧର୍ମ, ବର୍ଣ୍ଣ, ନିବିଶେଷରେ ସବୁ ମଣିଷ ସମାନ। ପ୍ରତ୍ୟେକ ବର୍ଗ ମଣିଷ କିଭଳି ଭାବରେ ସମାନ ଅଧିକାର ପାଇପାରିବେ ଏହି ଆନ୍ତର୍ଜାତିକ ମାନବା ଅଧିକାର ରକ୍ଷକ କାର୍ଯ୍ୟ କରି ଆସୁଅଛି। ଏହାର ମୂଳ ଲକ୍ଷ୍ୟ ମଣିଷ ଭଳି ବଞ୍ଚିବା ଓ ମର୍ଯ୍ୟାଦା ସହ ବଞ୍ଚିବା, ଏହା ହେଉଛି ମାନବା ଅଧିକାରର ମୂଳମନ୍ତ୍ର ଅଟେ। ପରିସ୍ଥିତିରେ ମାନବା ଅଧିକାର ବେଶ ପରିବ୍ୟାପ୍ତ ହୋଇଛି ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବେଶ ଭଳି କ୍ଷେତ୍ରରେ ମାନବା ଅଧିକାର ଉପରେ ଅତି ଗୁରୁତ୍ୱ ଦିଆଯାଉଛି। ଏହା ସ୍ୱତେ ମଧ୍ୟ ମାନବା ଅଧିକାରର ଉଲଂଘନ, ଅବମାନନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜାଣତରେ ହେଉ କିମ୍ବା ଅଜାଣତରେ ମାନବାଅଧିକାର କ୍ଷୁର୍ଣ୍ଣ ହେଉଛି। ଲୋକେ ଉପଯୁକ୍ତ ସମୟରେ ନ୍ୟାୟ ପାଇବରୁ ବଞ୍ଚିତ ହେଉଛନ୍ତି।

ତେଣୁ, ସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ମାନବା ଅଧିକାର ରକ୍ଷକର ମୁଖ୍ୟ ଶ୍ରୀ ଯୁକ୍ତ ମୀନକେତନ ପଟ୍ଟନାୟକ ଉକ୍ତ ବୈଠକରେ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଉକ୍ତ ବୈଠକରେ ଉପଦେଷ୍ଟା ଶ୍ରୀ ଯୁକ୍ତ ମହେଶ୍ୱର ମାଳି, କଷାଦକ୍ଷ ଶ୍ରୀ ସୁଶାନ୍ତ ମାଳୀ, ଶ୍ରୀ ସୁବାସ ବଡ ରଇତ, ଅର୍ଜୁନ ମାଝୀ, ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।