କଟକ : କଟକ ସଦର ୪୨ ମୌଜା ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶାରଦୀୟ ବନ୍ଧୁମିଳନ ଉତ୍ସବ,ଆଲୋଚନା ଚକ୍ର ଝାରକଟା ପଞ୍ଚାୟତ ପଟଣା ଜୟହିନ୍ଦୀ କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ଭାରତୀୟ କମ୍ୟୁନିକେସନ ଷ୍ଟାଫ୍ ଆସୋସିଏନର ସାଧାରଣ ସଂପାଦକ,ମହାନଦୀ ତଥା ପ୍ରତିଷ୍ଠାନ ସଭାପତି ଇଂ.ଅଶୋକ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ସଭାରେ ଡକ୍ଟର ଚିତ୍ତରଂଜନ ବେହେରା,ଡକ୍ଟର କଲିମୁଲ୍ଲା,ରାମଚନ୍ଦ୍ର ଗୋଚ୍ଛାୟତ,ବିଷ୍ଣୁ ଚରଣ ଦାଶ, ସରପଂଚ ଶିଶିର ରାଉତ,ବୀରବର ଲେଙ୍କା,ପ୍ରଫୁଲ୍ଲ ମହାପାତ୍ର,ପ୍ରଭାତ ଖଟୁଆ,ପୀୟୂଷ ରଂଜନ ପରିଡା,ଶରତ ରାୟ, ସମିତି ସଭ୍ୟ ବିନୋଦ ବେହେରା,ସରୋଜ ସାସମଲ,ପ୍ରସନ୍ନ ବେହେରା,ଶରତ ଚନ୍ଦ୍ର ଖଟୁଆ, ପ୍ରକାଶ ଚନ୍ଦ୍ର ସାହୁ,ରବୀନ୍ଦ୍ର ନାଥ ଦାସ,ମହେଶ୍ୱର ବେହେରା, ସନ୍ତୋଷ ଭୋଇ,କାର୍ତ୍ତିକ ଚନ୍ଦ୍ର ଦାସ,ସନ୍ତୋଷ ପତି,ନଟବର ବେହେରା,ପ୍ରଶାନ୍ତ କୁମାର ଦାସ,କାଳିଆ ଭୋଇ, କ୍ଷୀରୋଦ ଦାସ,ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସଂପାଦକ ରୁଦ୍ର ନାରାୟଣ ଦାସ ମଂଚ ପରିଚାଳନା କରିଥିବା ବେଳେ ଜୟନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
