ଖଲ୍ଲିକୋଟ 27.12.2023 ଖଲ୍ଲିକୋଟ କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ଦିନ ଧରି ଆୟୋଜିତ ହୋଇ ଆସୁଥିବା ସାଂସ୍କୃତିକ ପ୍ରତିଯୋଗିତା, କ୍ରୀଡ଼ା ପ୍ରତିଯୋଗିତା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଅଛି। ଏହି ସମାରୋହରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦଇତାରୀ ବେହେରା ବରେଣ୍ୟ ଅତିଥି, ସମିତି ଉପାଧ୍ୟକ୍ଷା ଶ୍ରୀମତି ଭାରତୀ ମହାରଣା , ଜିଲ୍ଲା ପରିଷଦ ସଦସ୍ୟ ବିନାୟକ ଜାଲି ସମ୍ମାନୀତ ଅତିଥି, ଶ୍ରୀକୃଷ୍ଣ ଶରଣ ପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତି ରୁବିଲତା ସାହୁ ଓ ସମିତି ସଭ୍ୟ ଶ୍ରୀଯୁକ୍ତ ରାଜୁ ତରେଇ, ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ବି ସି ସି ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମ ମୋହନ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ବିନୋଦ ବିହାରୀ ପଟ୍ଟନାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି, ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ। ୫୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଅତିଥି ମାନଙ୍କ ଗହଣରେ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରି ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଥଣ୍ଡା ପାନୀୟ ଓ ସ୍ଵାଦିଷ୍ଟ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ।ଉକ୍ତ ଉଦଯାପନୀ ସମାରୋହରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସବିତା ପାଢ଼ୀ, ସଙ୍ଗୀତା ମିଶ୍ର, ଶୁଭସ୍ମିତା ଲେଙ୍କା, କୁମୁଦିନୀ ପ୍ରଧାନ, ସନ୍ତୋସି ପରିଡ଼ା, ବୈଶାଳୀ ପଣ୍ଡା , ଜସ୍ମିନ ନାୟକ , ଅଧ୍ୟାପକ ସନ୍ତୋଷ ପ୍ରଧାନ, ଉଲ୍ଲାସ ପାତ୍ର, ଘନଶ୍ୟାମ ମହାରଣା , ଗଗନ ଗଉଡ଼ , ପ୍ରଭାତ ନାୟକ ,ଦକ୍ଷିଣେଶ୍ୱର ଜେନା , ପ୍ରତୀକ ପ୍ରଧାନ , ସୁଧାକର ପଲେଇ , ସନ୍ତୋଷ ସାହୁ ,ରାଜେନ୍ଦ୍ର ସାହୁ , ବିଭୂତି ଭୂଷଣ ତ୍ରିପାଠୀ , ବିଦ୍ୟାଧର ସ୍ୱାଇଁ , ଅଶୋକ ନାୟକ ଓ ଉଷାରାଣୀ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ନୂଆ ଓ ର ନୋଡାଲ ଅଫିସର ବିଷ୍ଣୁ ପ୍ରସାଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଲେଇ ସଭାପତିତ୍ବ କରିଥିଲାବେଳେ ସନ୍ତୋଷ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥଲେ ଓ ଅଧ୍ୟାପକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଲେଇ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଅତିଥି ମାନଙ୍କୁ ସାଧୁବାଦ ଜଣାଇଛନ୍ତି।
(ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ )
