କଟକ : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି)କୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ନେଇ ରାଷ୍ଟ୍ରୀୟ ସ୍ଵେଚ୍ଛାକୃତ ରକ୍ତଦାତା ଦିବସରେ ସମ୍ମାନିତ କରାଯାଇଛି । କଟକ କେନ୍ଦ୍ରୀୟ ରେଡ଼କ୍ରସ ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାରସାହେବ ସିନ୍ଧେ,କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଡ଼କ୍ଟର କନକ ଲତା ଦେଈ,ପୋଲିସ କମିଶନରେଟ କଟକ ଭୁବନେଶ୍ବର ଶାଖାର ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି,ସମ୍ବାଦ ଆମ ଓଡ଼ିଶାର ସଂପାଦକ ଅରବିନ୍ଦ ଦାସ,ରେଡକ୍ରସ୍ ଆୱାରନେସ କମିଟି ସଭାପତି ରଂଜନ ବିଶ୍ବାଳ,ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଉପସ୍ଥିତ ଥିଲେ । ସହ ସମ୍ପାଦକ ଇଂ.ସୁରଜ୍ ବେହେରା ଏହି ମର୍ଯ୍ୟାଦା ଜନକ ସମ୍ମାନ ଗ୍ରହଣ କରିଥିଲେ । ମହା ସଫଳତା ନେଇ ଟ୍ରଷ୍ଟ ପରିବାରକୁ ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ର,ସମ୍ପାଦକ ପ୍ରିନ୍ସ ନନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।
