You are currently viewing ବାଲ୍ୟ ବିବାହ ମୁକ୍ତ ଭାରତ ସଂପର୍କ ରେ ସଚେତନତା।
ବାଲ୍ୟ ବିବାହ ମୁକ୍ତ ଭାରତ ସଂପର୍କ ରେ ସଚେତନତା।

ମୁନିଗୁଡ଼ା/୧୮/୧୦ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ର ମୁନିଖୋଲ ଗ୍ରାମ କମ୍ୟୁନିଟି ହଲ ପରିସରରେ ରାୟଗଡ଼ା ଶକ୍ତି ଅନୁଷ୍ଠାନ ପକ୍ଷରୁ ଏକ ବାଲ୍ୟ ବିବାହ ମୁକ୍ତ ଭାରତ ସଂପର୍କ ରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ରମେଶ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁନିଖୋଲ ସରପଞ୍ଚ ପାଇକ ଜାକେସିକା, ସରସ୍ବତୀ ଶବର,ଅନନ୍ତ ନୁଣ୍ଡୃକା, ପ୍ରକାଶ କରସିକା ,ଫାର ସ୍ବେଚ୍ଛାସେବୀ ଅନୁଷ୍ଠାନର ପୁରନ୍ଦର ବନ୍ତ ,ପ୍ରଦୀପ ରାଉତରାୟ,‌ଦୁର୍ଯ୍ୟଧନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବାଲ୍ୟ ବିବାହ କାହାକୁ କୁହାଯାଏ, ବାଲ୍ୟ ବିବାହ ନିରାକରଣ ପାଇଁ ସରକାରୀ ସ୍ତରରେ କେଉଁ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି, ବାଲ୍ୟ ବିବାହ କଲେ କ୍ଷତି କଣ , ଗର୍ଭ ଧାରଣ ଓ ସନ୍ତାନ ଜନ୍ମ କରାଇବାରେ ଜଟିଳତା,ମାତୃ ମୃତୁ ହାରରେ ବୃଦ୍ଧି, ସାମାଜିକ ଜଟିଳତା, ସ୍ବାମୀ ଠାରୁ ପରିତ୍ୟକ୍ତା ହୋଇ ରହିବା ସ୍ବାସ୍ଥ୍ୟ ସମସ୍ୟା , ମାନସିକ ଚାପ,ଭରଣ ପୋଷଣ ଓ ତତ୍ବାବଧାନ,ଦଣ୍ଡ ବ୍ୟବସ୍ଥା,କିଏ ଦଣ୍ଡ ପାଇବ,ଓ ବାଲ୍ୟ ବିବାହ ନିଷେଧ ଅଧିନିୟମ ୨୦୦୬ ର ଆଭିମୁଖ୍ୟ ଉପରେ ମଞ୍ଚାସିନ ଅତିଥି ମାନେ ନିଜ ନିଜର ମତପ୍ରକାଶ କରିଥିଲେ। ମୁନିଗୁଡା ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିବା ବେଳେ ଶକ୍ତି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ରେ ସହୋଯୋଗ କରିଥିଲେ।