You are currently viewing କୋଦଳା ଉପ କାରାଗାର ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
କୋଦଳା ଉପ କାରାଗାର ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

କୋଦଳା (୩୦/୧୦ /୨୦୨୩)
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୩୦ ତାରିଖ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ କରାଯାଉଛି । ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ସହିତ ଏକ ଦକ୍ଷ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଉଦେଶ୍ୟରେ ଏହି ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ସୋମବାର ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାର ପରିସରରେ ଏ ନେଇ ସଚେତନତା କରାଯିବା ସହିତ ଶପଥ ପାଠ କରିଛନ୍ତି ଉପ କାରାଗାରର ଅଧିକ୍ଷକ ଙ୍କ ସମେତ ସମସ୍ତ କର୍ମଚାରୀ ।କୋଦଳା ଉପ କାରାଗାର ଅଧିକ୍ଷକ ତାରେଣୀ ସେନ ଦେଉରୀ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଉପ କାରାଗାରର ସମସ୍ତ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ଓ ଘରୋଇ କ୍ଷେତ୍ର ଐକବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବା ସହିତ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକୁ ଅନୁସରଣ କରିବା ଓ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଦିଗରେ ଶପଥପାଠ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।