ଓଡିଶା ଡ୍ରାଇଭର ମହାସଙ୍ଘ ସାନଖେମୁଣ୍ଡି ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ
ଦେଶର ପ୍ରଗତି ଦେଶର ଉନ୍ନତିର ବଳିଷ୍ଠ ସ୍ତମ୍ଭ ସାଜିଥିବା ଡ୍ରାଇଭର ଭାଇମାନଙ୍କ ସ୍ୱର ହେଉଛି ଓଡିଶା ଡ୍ରାଇଭର ମହାସଂଘ। ଡ୍ରାଇଭର ମାନଙ୍କୁ ସଂଗଠିତ କରି ସେମାନଙ୍କ ଜୀବନକୁ ସହଜ କରିବାର ଉଦ୍ଦେଶ୍ୟରେ ଓଡିଶା ଡ୍ରାଇଭର ମହାସଂଘ ଅବିରତ କାର୍ଯ୍ୟରତ। ସାନଖେମୁଣ୍ଡି ଅଞ୍ଚଳର ହଜାର ହଜାର ଡ୍ରାଇଭର ଭାଇମାନଙ୍କ ସଂଗଠିତ କରି ସେମାନଙ୍କ ସାମୂହିକ ସ୍ୱାର୍ଥର ସୁରକ୍ଷା ଲାଗି ଆଜି ତା ୩୧/୦୫/୨୦୨୬ ରିଖ ଦିନ ସ୍ଥାନୀୟ ପାଟପୁର ବୁଦ୍ଧେଶ୍ୱର ଶିବ ମନ୍ଦିର ପରିସରରେ ଏକ ନୂତନ କାର୍ଯ୍ୟକର୍ତ୍ତା ଚୟନ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ପ୍ରମୁଖ ମାର୍ଗଦର୍ଶକ ଭାବେ ଉପସ୍ଥିତ ଥିଲେ ଓଡିଶା ଡ୍ରାଇଭର ମହାସଂଘର ଗଞ୍ଜାମ ଶାଖାର ଜିଲ୍ଲା ସଭାପତି ସୁରେନ୍ଦ୍ର ବଣ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ ପିଣ୍ଟୁ ସେଠି, ଜିଲ୍ଲା ସହ ସମ୍ପାଦକ ରାଜା ସିଙ୍ଗ, ଜିଲ୍ଲା ମେଡ଼ିକାଲ ସଂଯୋଜକ ନାରାୟଣ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରକାଶ ପାଢ଼ୀ, ଜିଲ୍ଲା ସହ କୋଷାଧ୍ୟକ୍ଷ ପ୍ରତାପ ଘଡେଇ, ଜିଲ୍ଲା ସମୀକ୍ଷକ ନାରାୟଣ ଗଉଡ଼। ସର୍ବ ପ୍ରଥମେ ପ୍ରଭୁ ବୁଦ୍ଧେଶ୍ୱରଙ୍କ ଆରାଧନା ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହେଲା। ଜିଲ୍ଲା କମିଟିର ସମସ୍ତ ଅତିଥିଙ୍କ ମାର୍ଗଦର୍ଶନରେ ସାନଖେମୁଣ୍ଡି ଅଞ୍ଚଳର ସମସ୍ତ ଡ୍ରାଇଭର ଭାଇମାନଙ୍କ ସମୂହ ସହମତି କ୍ରମେ ସାନଖେମୁଣ୍ଡି ଶାଖା ଲାଗି ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଗଲା। ଏହି ସଭାରେ ସାନଖେମୁଣ୍ଡି ଶାଖାର ନୂତନ ସଭାପତି ଭାବେ ଜଗନ୍ନାଥ ପ୍ରଧାନ, ଉପସଭାପତି ଭାବେ ବିଜୟ ମାଦଳା, ସମ୍ପାଦକ ଭାବେ ପ୍ରଫୁଲ୍ଲ ବେହେରା, ସହ ସମ୍ପାଦକ ଭାବେ ପିଙ୍କୁ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ବେହେରା, ଉପଦେଷ୍ଟା ଭାବେ ରୋହିତ ସ୍ୱାଇଁ, ପ୍ରମୁଖ ସହଯୋଗୀ ଭାବେ ଶନି ସାହୁ, ବସନ୍ତ ଡାକୁଆ, କୃଷ୍ଣ ସାହୁଙ୍କୁ ଚୟନ କରାଗଲା। ସମସ୍ତ ନୂତନ ଭାବେ ଚୟନ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ସାନଖେମୁଣ୍ଡି ତଥା ଓଡ଼ିଶାର ସମସ୍ତ ଡ୍ରାଇଭର ଭାଇମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି ଶପଥ ନେଲେ। ଜିଲ୍ଲା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କରିବା ଅନ୍ତେ ସଭା ସାଙ୍ଗ ହୋଇଥିଲା।

