You are currently viewing ପିତାତଳି ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ପିତାତଳି ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟୀ — ଏହି ବ୍ଲକ ପିତାତଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଚିକିଟୀ ବିଡ଼ିଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ଵ ରଞ୍ଜନ କହଁର ଓ ସିଡିପିଓ ଭି. ମଣିମାଳା ପ୍ରମୁଖ ଉପସ୍ଥିତ ରହିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଯୁଗ୍ମ ଜନଶୁଣାଣି ଅଭିଯୋଗ ଶିବିରରେ ରାସନ୍ କାର୍ଡ, ଆବାସ ଯୋଜନା ଓ ଭତ୍ତା ଇତ୍ୟାଦି ଉପରେ ମୋଟ ୩୧ ଗୋଟି ଅଭିଯୋଗ ହୋଇଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଉକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ହୋଇଥିଲା। ପିଇଓ ପୁରୁଷୋତ୍ତମ ପ୍ରଧାନ ଶିବିର କୁ ପରିଚାଳନା କରିଥିବା ବେଳେ ପ୍ରାୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।