ଧରାକୋଟ–21.02.24 ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଧରାକୋଟ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ପୁନିଆ ଦାସ, ପୁର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ସେଠୀ,ଜିଆର ଏସ୍ ମୁନା ଜେନା, ଯୋଗାଣ ସହାୟକ ଗୋପାଳ ହରି ଗୌଡ଼ ଏବଂ ସମସ୍ତ ୱଡ ସଭ୍ୟଙ୍କ ଉପସ୍ଥିତ ରେ ପ୍ରଥମ ପର୍ଯ୍ୟାୟ ରେ ଦୁଇଶହରୁ ଅଧିକ ଜଣ ରାସନ୍ କାର୍ଡ ହିତାଧିକାରୀଙ୍କୁ ଆମ ଓଡ଼ିଶା ନବୀନ ଓଡିଶା ତରଫରୁ ଦୁଇ ଗୋଟି ଛୋଟ ବ୍ୟାଗ୍ ସହ ଏକ ହଜାର ଟଙ୍କା ନଗଦ ଅର୍ଥ ରାଶି ବଣ୍ଟନ କରାଯାଇଛି।ଏହି ଅବସରରେ ପଞ୍ଚାୟତର ଉନ୍ନୟନ ପୁସ୍ତିକା ମଧ୍ୟ ସମସ୍ତ ଙ୍କୁ ବଣ୍ଟନ କରାଯାଇଛି।ଏହି ଅବସରରେ ଧରାକୋଟ ପଞ୍ଚାୟତ କୁ ଏକ ଆଦର୍ଶ ଓ ବିକାଶ ଶିଳ ପଞ୍ଚାୟତ ଭାବରେ ଗଢି ତୋଳିବା ପାଇଁ ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ସପଥ ପାଠ କରିଛନ୍ତି।
