You are currently viewing ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ:ସଂଘ ର ଦାବି ପୁରଣ ପାଇଁ ଚେଷ୍ଟା କରିବି:ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ।
ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ:ସଂଘ ର ଦାବି ପୁରଣ ପାଇଁ ଚେଷ୍ଟା କରିବି:ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ।


ବେଲଗୁଣ୍ଠା-୬/୧୧-ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ, ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ବେଲଗୁଣ୍ଠା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ରାଜ୍ୟ ଶ୍ରମ, କର୍ମଚାରୀ ଓ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି,ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ,ଉପାଧ୍ୟକ୍ଷା ଟି.ବବିତା କୁମାରୀ,ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସମସ୍ତ କାଉନସିଲର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅତିଥି ମାନେ ପହଞ୍ଚିବା ପରେ ସଂଘ ଦ୍ୱାରା ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ତରଫରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ନେଇ ଶ୍ରମମନ୍ତ୍ରୀଙ୍କୁ ସଂଘ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇ ଏହି ମୌଳିକ ଦାବି ଗୁଡ଼ିକର ସମାଧାନ କରିବା ପାଇଁ ଅନୁରୋଧ କରାଯାଇଥିଲା ।

ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦାବି ଗୁଡ଼ିକ ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସଂଘ ସଭାପତି ଓ ସମ୍ପାଦକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ବାୟା ସେଠୀ, ଆଶୁତୋଷ ଓଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ