ବ୍ରହ୍ମପୁର , ୨୬/୦୯ -:- ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମଙ୍ଗଳ ପୀଠାଧିଶ୍ୱର ଟିଲା ଦ୍ଵାରା ଗଦ୍ୟାଚାର୍ଯ୍ୟ ଶ୍ରୀ ମହନ୍ତ ମାଧବାଚାର୍ଯ୍ୟ ମହାରାଜ ଙ୍କ ପୂଜ୍ୟ ଗୁରୁ ସାକେତ୍ ଦାସ ଶ୍ରୀ ୧୦୦୮ ଶ୍ରୀ ରାମବାଳକ ଦାସ ଜୀ ମହାରାଜ ଙ୍କ ସ୍ମରଣ ଦିବସ ରେ ପୁଣ୍ୟ ଭୂମି ଅଯୋଧ୍ୟା ରେ ଏକ ବିଶାଳ ଭଣ୍ଡାର କରା ଯାଇଥିଲା । ଏଥିରେ ଭାରତ ର ବିଭିନ୍ନ ପ୍ରାନ୍ତ ରୁ ପ୍ରାୟ ୧୫୦ ମହନ୍ତ,ମହା ମଣ୍ଡଳେଶ୍ୱର୍ ପୀଠାଧିଶ୍ୱର ଯୋଗ ଦେଇଥିଲେ।ତତ୍ ସହିତ ଅଯୋଧ୍ୟା ନଗରୀ ର ୫୦୦ ସାଧୁ ଓ ୨୦୦ଜଣ ବିଶିଷ୍ଟ ମହନ୍ତ ମାନେ ଯୋଗ ଦେଇଥିଲେ।।

ଏଥିରେ ଓଡ଼ିଶା ରୁ ବିଶେଷ ନିମନ୍ତ୍ରଣ ପାଇ ପୂଜ୍ୟ ଯୋଗୀ ଦେବଦତ୍ତ ମହାରାଜ ଓ ତାଙ୍କ ଶିଷ୍ୟ ମାନଙ୍କ ସହିତ ଯୋଗ ଦେଇଥିଲେ । ଓଡ଼ିଶା ରୁ ଯୋଗୀ ଜି ମହାରାଜ ଙ୍କ ସହିତ ପୁରୀ ର ପାପୁଡ଼ିଆ ମହାରାଜ,,ରାମ ଚରଣ ଦାସ ଜି ମହାରାଜ,,ପୁରୀ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାସ ଜି ମହାରାଜ,,ନାସିକ ଭକ୍ତ ଚରଣ ଦାସ ଜି ,,ଭାବ ନଗର ର ଗରୀମ ରାମ ଦାସ ଜି ପ୍ରଭୃତି ଯୋଗ ଦେଇଥିଲେ।।


