You are currently viewing ଧାନମଣ୍ଡି ପରିଚାଳନା ତୃଟି ସମେତ ସାତ ଦଫା ଦାବିରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ ।
ଧାନମଣ୍ଡି ପରିଚାଳନା ତୃଟି ସମେତ ସାତ ଦଫା ଦାବିରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ ।

ଛତ୍ରପୁର,୨୨/୦୧ -:- ଆଜି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଛତ୍ରପୁର ଠାରେ ଏକ ରୋଡ ସୋ କରି ଜିଲ୍ଲାପାଳଙ୍କୁ ବିଭିନ୍ନ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି ଗୁଡ଼ିକ ମଧ୍ୟରେ ଧନ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାର ସମାଧାନ କରି କଟନୀଛଟନୀ ବନ୍ଦ କରିବା । ଛତ୍ରପୁର ଠାରେ ଥିବା ନେତାଜୀଙ୍କ ବିକୃତ ପ୍ରତିମୂର୍ତ୍ତିର ପରିବର୍ତ୍ତନ ସହିତ ମୃତ୍ଯୁ ତାରିଖ ହଟାଇବା , ଚିକିଟି ମଦ ମୃତ୍ଯୁ ଘଟଣାର ତଦନ୍ତକୁ କ୍ରିୟାଶୀଳ କରିବା ସହିତ ପିଡିତଙ୍କୁ କ୍ଷତିପୂରଣ ପ୍ରଦାନ ଓ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ , ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳାର ସୁଧାର ଆଣିବା ପାଇଁ ଅଧିକ ଥାନା ଖୋଲିବା ଓ ଆବଶ୍ୟକ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହିତ ନିୟମିତ ପେଟ୍ରୋଲିଂ କରିବା , ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଗୁଡିକର ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ ଯାଞ୍ଚ ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା , ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା , ଏସ.ପି ଭିଜିଲାନ୍ସ ବ୍ରହ୍ମପୁର କାର୍ଯ୍ଯାଳୟରେ ବିଗତ ୧୦ ବର୍ଷ ମଧ୍ଯରେ ଦୁର୍ନୀତିର ତଦନ୍ତ ପାଇଁ କେତେ ଅଭିଯୋଗ ହୋଇଛି,ସେଥି ମଧ୍ଯରୁ କେତେ ତଦନ୍ତ ହୋଇଛି ଏବଂ କେତେ ତଦନ୍ତ ନହୋଇ ଫାଇଲ ଭିତରେ ବନ୍ଧା ହୋଇ ପଡିଛି ତାର ସମୀକ୍ଷା କରିବା ଏଭଳି ପ୍ରମୁଖ ୭ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବଙ୍କୁ ଫରୱାର୍ଡ ବ୍ଲକ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପ୍ରତିବାଦ କାର୍ଯ୍ଯକ୍ରମରେ ଫରୱାର୍ଡ ବ୍ଲକ ପକ୍ଷରୁ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ,ଜିଲ୍ଲା କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ,ରାଜ୍ଯ ନେତା
ସମରଜିତ୍ ମହାନ୍ତି,ଜଗନ୍ନାଥ ପ୍ରଧାନ,
ସନ୍ତୋଷ ପ୍ରଧାନ,ଶଙ୍କର ବେହେରା,
କାଳୁ ଚରଣ ନାୟକ,ଦିଲ୍ଲୀପ ଅଧିକାରୀ ପ୍ରମୁଖ ନେତୃତ୍ବ ନେଇଥିଲେ ।