You are currently viewing ନାଟ୍ୟ ନିର୍ଧେଶକ ପ୍ରମୋଦ ଦାଶ ଙ୍କୁ ଆଇକନ ଆୱାର୍ଡ
ନାଟ୍ୟ ନିର୍ଧେଶକ ପ୍ରମୋଦ ଦାଶ ଙ୍କୁ ଆଇକନ ଆୱାର୍ଡ

ଖଲ୍ଲିକୋଟ :10/9 ଖଲ୍ଲିକୋଟ ଅଂଚଳ ର ବିଶିଷ୍ଟ ନାଟ୍ୟ ନର୍ଧେଶକ ଙ୍କୁ ମିଳିଛି ସମ୍ମାନ ଜନକ ଆଇକନ ଆୱାର୍ଡ |ଗତ 8 ତାରିଖ ଦିନ ବୁଧବାର ମନ୍ଦିର ହଲ ପରିସର ରେ ୱାର୍ଲଡ ହୋମ ଇଣ୍ଟର ନ୍ୟାସନାଲ ତରଫରୁ ବିଶିଷ୍ଟ ନାଟ୍ୟକାର ପ୍ରମୋଦ କୁମାର ଦାଶ ଙ୍କୁ ଫାଷ୍ଟ ଇଣ୍ଡିଆନ ଆଇକନିକ ଆୱାର୍ଡ ପ୍ରଦାନ କରାଯାଇଛି |ତାଙ୍କର ଜୀବନ ବ୍ୟାପି ସାଧନା ପାଇଁ ଆନ୍ଧ୍ର ପ୍ରଦେଶ ଓ ଛାତିଶଗଡ଼ ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶ୍ରୀ ଦାଶ ଙ୍କୁ ମାନ ପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ |ପ୍ରମୋଦ ଦାଶ ଏକାଧାରା ରେ ଜଣେ ନାଟ୍ୟକାର,ମଞ୍ଚ ଅଭିନେତା, ନାଟ୍ୟ ନିର୍ଧେଶକ, ସୁବକ୍ତା ଓ କବି ଭାବେ ତାଙ୍କର ସୁଖ୍ୟାତି ରହିଛି |ସେ 25 ଖଣ୍ଡ ରୁ ଅଧିକ ନାଟକ ର ପାଣ୍ଡୁଲିପି ପ୍ରସ୍ତୁତ କରିଥିବା ବେଳେ ଓଡିଶା ର ବହୁ ନମି ଦାମୀ ଅପେରା ରେ ସହକାରୀ ନିର୍ଧେଶକ ଭାବେ ନାଟ୍ୟ ନିଁର୍ଧେଶନା ପ୍ରଦାନ କରିଛନ୍ତି | ଶ୍ରୀ ଦାଶ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଲିନାଖୟପୁର ଗ୍ରାମ ର ପୂର୍ବତନ ସରପଞ୍ଚ ସ୍ବର୍ଗତ ଗୋପୀନାଥ ଦାଶ ଙ୍କ ପୁତ୍ର |ତାଙ୍କ ରଚିତ ଏକାଧିକ ନାଟକ ଓଡିଶା ର ବିଭିନ୍ନ ମଞ୍ଚ ରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ଲାଭ କରି ଦର୍ଶକ ଙ୍କ ହୃଦୟ କୁ ଛୁଇଁଛି |ମଞ୍ଚ ଓ ନାଟକୀୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି |ଏହି ଆୱାର୍ଡ ପାଇବା ପରେ ପ୍ରମୋଦ ପାଖୁ ଶୁଭେଚ୍ଛା ର ସୁଅ ଛୁଟୁଛି |

(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )