You are currently viewing ଖଲ୍ଲିକୋଟ ବ୍ଲକ ସ୍ତରୀୟ ମନେରେଗା ଜନ ଶୁଣାଣି ସମୀକ୍ଷା ଶିବିର |
ଖଲ୍ଲିକୋଟ ବ୍ଲକ ସ୍ତରୀୟ ମନେରେଗା ଜନ ଶୁଣାଣି ସମୀକ୍ଷା ଶିବିର |

ଖଲ୍ଲିକୋଟ :26/2 ସୋମବାର ଦିନ ଖଲ୍ଲିକୋଟ ବ୍ଲକ ପରିସର ରେ ମନେରେଗା ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇ ଥିବା ଜଣାପଡିଛି | ଆୟୋଜିତ ଶିବିର ରେ ମନେରେଗା ଯୋଜନା ପ୍ରକଳ୍ପ ଅଧିକାରୀ ମଧୁ ଚରଣ ପ୍ରଧାନ ଯୋଗ ଦେଇ ଆର୍ଥିକ ବର୍ଷ 2023 24 ବର୍ଷ ର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ |ଉକ୍ତ ଆର୍ଥିକ ବର୍ଷ ରେ ମୋଟ 24,528 ଜବ କାର୍ଡ ପ୍ରଦାନ ହୋଇଥିବା ବେଳେ 39,734 ଜଣ ଶ୍ରମିକ କାମ କରିଥିଲେ | 21,918 ସକ୍ରିୟ ଶ୍ରମଜୀବି ଜବ କାର୍ଡ ଧ|ରି ଓ 31,311 ଶ୍ରମିକ ସକ୍ରିୟ ଭାବେ କାମ କରିଥିଲେ | ଅନୁସୂଚିତ ବର୍ଗ ର ମାତ୍ର 16.9 ଭାଗ ଶ୍ରମିକ ଓ ଅନୁସୂଚିତ ଜନ ଜାତି ଙ୍କ ମଧ୍ୟରୁ 4.3 ଭାଗ ନେଇଥିବା ବେଳେ ମହିଳା ଶ୍ରମିକ ଙ୍କ ସଂଖ୍ୟା65.14 ଭାଗ ନେଇଥିବା ବେଳେ 991 ଗୋଟି ପରିବାର 100 ଦିନ ର କର୍ମ ଦିବସ ପ୍ରଦାନ କରାଯାଇଥିଲା |ମୋଟ 3,653 ଗୋଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ 574 ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଥିଲା | ସେହିପରି କୃଷି କ୍ଷେତ୍ର ରେ 39.49 ଭାଗ ଅର୍ଥ ବିନିଯୋଗ ହୋଇଛି |

ସମୁଦାୟ ମନେରେଗା ପ୍ରକଳ୍ପ ରେ ମୋଟ 2.025,86 ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଶ୍ରମ ଦିବସ ବାବଦ କୁ 1,642,09 ଖର୍ଚ୍ଚ ହୋଇଥିବା ଜଣାପଡିଛି |ଉକ୍ତ ସମୀକ୍ଷା ବୈଠକ ଏ ଡ଼ି ଏମ ରାଜସ୍ବ ଓ ଜିଲ୍ଲା ସାମାଜିକ ସମୀକ୍ଷକ ଆର ଏଲ ମଲାଣି ରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ବି ଡ଼ି ଓ ଦେବାଶିଷ ସାମଲ, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ , ବିନାୟକ ଜାଲ୍ଲୀ, ଚନ୍ଦନା ସେଠି ଙ୍କ ସମେତ ଉପାଧ୍ୟକ୍ଷା ଭାରତୀ ମହାରଣା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ମାଛ, ପଶୁପାଳନ, ଜଙ୍ଗଲ, କୃଷି, ଉଦ୍ୟାନ କୃଷି ଓ ବିଭିନ୍ନ ବଭାଗ ର ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ମଧ୍ୟ ଏହି ସମୀକ୍ଷା ବୈଠକ ରେ କୌଣସି ଶ୍ରମିକ ଉପସ୍ଥିତ ନଥିଲେ |
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )