You are currently viewing ଲଷ୍ମୀ ସିନେମା ହଲ ରେ କାଇଁଚ ଖେଳ ର ପ୍ରଯୋଜକ, ନିର୍ଦେଶକ ଓ ହାସ୍ୟ ଅଭିନେତା ଉପସ୍ଥିତ
ଲଷ୍ମୀ ସିନେମା ହଲ ରେ କାଇଁଚ ଖେଳ ର ପ୍ରଯୋଜକ, ନିର୍ଦେଶକ ଓ ହାସ୍ୟ ଅଭିନେତା ଉପସ୍ଥିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ବେଗୁନିଆପଡା ସ୍ଥିତ ଲକ୍ଷ୍ମୀ ଟକିଜ ରେ ଆଜି କାଇଁଚ ଖେଳର ପ୍ରଯୋଜକ ସତ୍ୟଜିତ ବାଗ, ନିର୍ଦେଶକ ମହେଶ ହଜରା ଓ ହାସ୍ୟ ଅଭିନେତା ବ୍ରଜ ସିଂ ପହଂଚିଛନ୍ତି । ହଲ ର ମାଲିକ ଲକ୍ଷ୍ମୀ ନାରାୟଣ ପାତ୍ର ଓ ମ୍ୟାନେଜର ଶିବରାମ ମାଝୀ ତାଙ୍କୁ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇ ଥିଲେ। ହଲ ମଧ୍ୟରେ ପହଂଚି ଦର୍ଶକ ମାନଙ୍କୁ ସିନେମା ଦେଖିବା ପାଇଁ ଅନୁରୋଧ କରିଥିଲେ । ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସିନେମା ଜଗତ ଘୋର ଅସୁବିଧା ରେ ଗତି କରୁଛି। ଏଣୁ ଓଡ଼ିଆ ସିନେମା ଜଗତ କୁ ବଞ୍ଚାଇ ରଖିବାକୁ ହେଲେ କଳାକାର ଙ୍କୁ ଭଲ ପାଆନ୍ତୁ, ସିନେମା ଦେଖନ୍ତୁ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି ଅବସରରେ ସମାଜସେବୀ ମହେଶ୍ୱର ବରାଡ଼ ଉପସ୍ଥିତ ରହି ଗ୍ରାମାଞ୍ଚଳ ରେ ସାରା ଓଡିଶା ରେ ଏହି ଗୋଟିଏ ମାତ୍ର ହଲ ରହିଥିବା ସହ ଏହି ହଲର କିଭଳି ଜନ୍ମ ଲାଭ କଲା ତାର ମୁକ ସାକ୍ଷୀ ରହି ସ୍ମୃତି ଚରଣ କରିଥିଲେ। ଏମାନ ଙ୍କୁ ନିକଟରେ ପାଇ ଦର୍ଶକ ବେଶ ଖୁସି ଲାଭ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।