You are currently viewing ଭିଷ୍ମଗିରୀସ୍ଥିତ ରାମଜୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ।
ଭିଷ୍ମଗିରୀସ୍ଥିତ ରାମଜୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ।

ଦିଗପହଣ୍ଡି , ୧୬/୦୧ -:; ଭାରତ ସ୍କାଉଟ ଏବଂ ଗାଇଡ ତଥା ଜାତୀୟ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ଯରେ ବୁଧବାର ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀ ନିହାର ରଂଜନ କର ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ରୂପେ ଦିଗପହଣ୍ଡି ଥାନାର ସବ୍ଇନ୍ସପେକ୍ଟର ଶ୍ରୀ ଦୁଷ୍ମନ୍ତ କୁମାର ପଧାନ ଏବଂ ସମ୍ମାନିତ ଅତିଥି ରୂପେ ଏ.ଏସ୍.ଆଇ ଶ୍ରୀ ଶାନ୍ତନୁ ବେହେରା ପ୍ରମୁଖ
ଉପସ୍ଥିତ ଥିଲେ ।କାର୍ଯ୍ଯକ୍ରମ ଆରମ୍ଭରେ ଜାତୀୟ ଯୁବ ରେଡକ୍ରସର ଉପଦେଷ୍ଟା ଶ୍ରୀ ରଞ୍ଜନ କୁମାର ଗୌଡ କାର୍ଯ୍ଯକ୍ରମ ବିବରଣୀ ପାଠ କରିଥିଲେ ।ଏହାପରେ ଆମନ୍ତ୍ରିତ ଅତିଥିମାନେ ନିଜ ବକ୍ତବ୍ଯ ମାଧ୍ୟମରେ ଯୁବ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଡକ ନିୟମ ମାନିବା ସହ ଶୃଙ୍ଖଳିତ ଭାବେ ଯାନବାହାନ ଚଳେଇବା ପାଇଁ ଉପଦେଶ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ଯକ୍ରମରେ କଲେଜର ସମସ୍ତ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।ଶେଷରେ ଭାରତ ସ୍କାଉଟ ଏବଂ ଗାଇଡର ପ୍ରଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।