ଖଲ୍ଲିକୋଟ : 20/2 ଓଡିଶା ର ଅପ୍ରତିଦ୍ବନ୍ଦି ଜନ ନେତ୍ରୀ ଓ ଖଲ୍ଲିକୋଟ ମର୍ଦରାଜ ପରିବାର ର ଅନ୍ତିମ ଦାୟାଦ ଖଲ୍ଲିକୋଟ ରାଣୀ ସାହେବା ସମେତ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଦଶଥର ବିଧାୟିକା ଭାବେ ରାଜ୍ୟ ବିଧାନସଭା କୁ ନିର୍ବାଚିତ ହୋଇ ସମଗ୍ର ଭାରତ ବର୍ଷ ରେକର୍ଡ ଭାଙ୍ଗି ଥିବା ଦିବଂଗତ ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ଦ୍ଵାଦଶାହ ଦିବସ ରେ ରାଜ୍ୟ 5T ଅଧକ୍ଷ ଭି କେ ପାଣ୍ଡିଆନ ଓ ରାଜ୍ୟ ବିଜେଡ଼ି ର ସାଙ୍ଗଠନିକ ସମ୍ପାଦକ ବବି ଦ|ଶଙ୍କ ସମେତ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ, ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଆସିକା ସାଂସଦ ପ୍ରମିଳା ବିଷୋୟୀ,

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୋଲସରା ବିଧ|ୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚାଉ ପଟନାୟକ, ଗଞ୍ଜାମ ଜିଲ୍ଲପାଳ ଜ୍ୟୋତି ରଞ୍ଜନ ପରିଡା ଓ ଏସ ପି ଜଗମୋହନ ମିନା ଖଲ୍ଲିକୋଟ ର ପ୍ରାକ୍ତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଙ୍କ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ବହୁ ଅବସର ପ୍ରାପ୍ତ ସରକାରୀ ଅଧିକାରୀ ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ସମେତ ଗଞ୍ଜାମ ତଥା ଓଡ଼ିଶାର ବିଭିନ୍ନ ସ୍ଥାନ ରୁ ବିଭିନ୍ନ ଦଳରୁ ରାଜନେତା ମାନେ ଆସି ଖଲ୍ଲିକୋଟ ଆର ସି ଏମ କଲେଜ ପଡିଆ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ମଣ୍ଡପ ରେ ପ୍ରିୟ ରାଣୀ ମା ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ

ଖଲ୍ଲିକୋଟ, ରମ୍ଭା,ପୁରୁଷୋତ୍ତମପୁର କବିସୂର୍ଯ୍ୟନଗର ର ସୁଜ୍ଞାନୀଙ୍କ କର୍ମ ଭୂମି ରୁ ଶ୍ରଦ୍ଧାଳୁ ମାନେ ପ୍ରବଳ ମାତ୍ରା ରେ ଆସି କୋହ ଲୁହ ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |ଦିବଂଗତ ସୁଜ୍ଞାନ ଙ୍କ ଉଦ୍ଦେଶ୍ୟ ରେ ଏକ ଡାକ ଟିକେଟ କୁ ମନ୍ତ୍ରୀ ଆରୁଖ ଉନ୍ମୋଚନ କରିଥିଲେ |ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ସୁଜ୍ଞାନ ଙ୍କ ପୁତୁରା ଡାକ୍ତର ସଂକେତ ରାମ|ରାଓ ଓ ବନ୍ଧୁ ବର୍ଗ ଓ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ବିଜେଡ଼ି ସଭାପତି ଗଙ୍ଗାଧର ଖୁଣ୍ଟିଆ, ସୁଧାଂଶୁ ଶେଖର ସାହୁ, କୋଦଳା ଏନ ଏ ସି ର ପ୍ରାକ୍ତନ ନଗରପାଳ ହର ପ୍ରସାଦ ସାହୁ ଓ ସୁନିତା ପ୍ରଭା ସାହୁ ସାଂସଦ ପ୍ରତିନିଧି ରତ୍ନାକର ସାହୁ,ଯୁବ ନେତା ନାରାୟଣ ପାଢ଼ୀ, ନଗର ବିଜେଡ଼ି ସଭାପତି ନରେନ୍ଦ୍ର କୁମାର ପାତ୍ର ଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |.

ଖଲ୍ଲିକୋଟ ବରିଷ୍ଟ ନାଗରିକ ମଞ୍ଚ ର ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର ଙ୍କ ଆବାହକତ୍ୱ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଜଣେ ପ୍ରଗତିଶୀଳ ଜନନେତ୍ରୀ ଜଣେ ମହିଳା ହିସାବ ରେ ଗଣତାନ୍ତ୍ରିକ ପଦ୍ଧତି ରେ 10 ଥର ବିଧାୟିକା ଭାବେ ବୋଧନ ସଭା କୁ ନିର୍ବାଚିତ ହେବା ଭାରତ ରେ ମଧ୍ୟ ବିରଳ ତେଣୁ ଦିବଂଗତ ସୁଜ୍ଞାନ ଙ୍କୁ “ଭାରତ ରତ୍ନ ” ଉପାଧି ରେ ଭୂଷିତ କରିବା ପାଇଁ ଲିଖିତ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଜରିଆରେ ଭାରତ ସରକାରଙ୍କୁ ନିବେଦନ କରାଯିବ ବୋଲି ପ୍ରକାଶ କରିଥିଲେ |.

ଅନ୍ୟ ମାନଙ୍କ ମଧ୍ୟରେ ନାଗରିକ ମଞ୍ଚ ର ସମ୍ପାଦକ ପ୍ରମୋଦ କୁମାର ପଟନାୟକ, କବି ପ୍ରଭାତ କୁମାର ମିଶ୍ର, ଏ ପି ଜେ
କ|ଲାମ ପରିଷଦ ର ସଭାପତି ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ |
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )
