You are currently viewing ଲକ୍ଷପତି ଦିଦି ମାନଙ୍କୁ ପୁରସ୍କୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଲକ୍ଷପତି ଦିଦି ମାନଙ୍କୁ ପୁରସ୍କୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି , ୨୫/୦୮ -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଲକ୍ଷପତି ଦିଦି ମାନଙ୍କୁ ପୁରସ୍କୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ର ଯୋଗଦେଇଥିଲେ l ଭାରତ ସରକାରଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଂକୁ ବାର୍ଷିକ ଜୋଜଗାର କ୍ଷମ କରାଇ ସ୍ୱାବଲମ୍ବୀ କରାଇବା ନିଜେ ରୋଜଗାର କରିପାରିବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ରାଜ୍ୟ ଦେଶ ସୁଦୃଢ ସଶକ୍ତ ହେବ ଦାରିଦ୍ର୍ୟ ଦୁରି କରଣ ଦିଗରେ ଏହା ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତପ୍ରକାଶ କରିଛନ୍ତି। ସାନଖେମୁଣ୍ଡି ରେ ଯେଉଁ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବାର୍ଷିକ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଆୟ କରିଛନ୍ତି ସେମାନଙ୍କୁ ଲକ୍ଷପତି ଦିଦି ଭାବେ ବିବେଚନା କରି ସେମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ l ୨୬ ପଞ୍ଚାୟତ ର ୧୫୦ ଜଣ ଏମ ବି କେ, ସି ଆର ପି, ମିଶନ ଶକ୍ତି ମହିଳା ମାନଙ୍କୁ ଲକ୍ଷପତି ଦିଦି ମାନ ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବି ପି ଏମ ନରେନ୍ଦ୍ର ତ୍ରୀପାଠୀ, ଏମ ବି କେ, ସି ଆର ପି, ବ୍ୟାଙ୍କ ମିତ୍ର, ଇସି ମେମ୍ବର ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ l