ଭୁବନେଶ୍ୱର , ୧୫/୦୨ -:- ବର୍ଷ ପରେ ବର୍ଷ ବିତି ଚାଲିଛି, ମାତ୍ର ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନେ ବାରମ୍ଵାର ପ୍ରତିଶ୍ରୁତି ପରେ କେବଳ ପ୍ରତାରଣା ହିଁ ପାଇଛନ୍ତି । ବିଦ୍ୟୁତ ଠିକା ଶ୍ରମିକ ମାନଙ୍କୁ ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ରେ ଟାଟା ପାୱାର ବିରୋଧ ରେ ଦୁଇ ଦିନ ଆନ୍ଦୋଳନ କରିବା ପରେ ଟାଟା ପାୱାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଥିଲେ ଏବଂ ଗତ ଡିସେମ୍ବର ମାସ ରେ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇ ଠିକା ବିଦ୍ୟୁତ ଶ୍ରମିକ ମାନଙ୍କୁ ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଠକି ଦେଇଛନ୍ତି । ଏପଟେ ରାଜ୍ୟ ସରକାର ମଧ୍ୟ ଯେଉଁ ବିଦ୍ୟୁତ ଠିକା ଶ୍ରମିକ ମାନଙ୍କୁ ଲଗାଇ ପ୍ରଳୟଙ୍କାରୀ ବାତ୍ୟା ପରେ ଯୁଦ୍ଧ କାଳୀନ ଭିଭିରେ ବିଦ୍ୟୁତ ସେବା ର ପୁନଃ ଉଦ୍ଧାର କାର୍ଯ୍ୟ କରନ୍ତି, ସେମାନଙ୍କ ପ୍ରତି ହି ବାରମ୍ଵାର ବୈମାତ୍ମକ ମନୋଭାବ ପୋଷଣ କରି ଆସୁଛନ୍ତି ।

ଏହି ସମ୍ବନ୍ଧରେ ମହାସଂଘ ଗତ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ଟାଟା ପାୱାର ଉଦ୍ଦେଶ୍ୟ ରେ ଏକ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲା, ଦାବି ଗୁଡିକ ମଧ୍ୟରେ ଦୀର୍ଘ ଦୀର୍ଘ ଦିନ ଧରି ବିଚାରଧୀନ ଥିବା ସର୍ବନିମ୍ନ ମଜୁରୀ ବୃଦ୍ଧି, ସମାନ କାର୍ଯ୍ୟ କୁ ସମାନ ଦରମା, ଅନ୍ୟ ରାଜ୍ୟ ଭଳି ଓଡିଶାରେ ବିଦ୍ୟୁତ ଠିକା ଶ୍ରମିକ ମାନଙ୍କ ପାଇଁ ସ୍ବତନ୍ତ୍ର ସର୍ବନିମ୍ନ ମଜୁରୀ,ଠିକା ଶ୍ରମିକ ମାନଙ୍କ ପାଇଁ ପୂର୍ବ ବନ୍ଧିତ ୨୫ % ଦରମା ବିଦ୍ୟୁତ ଠିକା ଶ୍ରମିକଙ୍କ ପାଇଁ ଲାଗୁ କରିବା, ଶ୍ରମ ବିଭାଗର ନିୟମ ଅନୁଯାୟୀ ମିଟର ରିଡର୍, ସିସିଏ କର୍ମଚାରୀମାନଙ୍କୁ କୁଶଳୀ ଏବଂ ହେଲପର ମାନଙ୍କୁ ଅର୍ଦ୍ଧ କୁଶଳୀ ମଜୁରୀ ପ୍ରଦାନ, ସ୍ଥାୟୀ କାର୍ଯ୍ୟ ରେ ସ୍ଥାୟୀ ନିଯୁକ୍ତି ଆଦି ପ୍ରମୁଖ ଦାବି ରହିଛି । ତେବେ ବାରମ୍ବାର ଗୁହାରି ପରେ ମଧ୍ୟ କେହି ଠିକା ବିଦ୍ୟୁତ ଶ୍ରମିକ ମାନଙ୍କ ଦୁଃଖ ଶୁଣୁ ନଥୁବାରୁ ବାଧ୍ୟ ହୋଇ ଆଜି ଭୁବନେଶ୍ବର ଲୋଏର ପିଏମଜି ରେ ୧୨୦୦୦ ରୁ ଉର୍ଦ୍ଧ୍ୱ ଠିକା ବିଦ୍ୟୁତ ଶ୍ରମିକ ମାନେ ଗର୍ଜନ କରି ରାଜ୍ୟ ସରକାର ଙ୍କୁ ସେମାନଙ୍କ ଦାବି ପୂରଣ ପାଇଁ ପୁନଃ ଅନୁରୋଧ କରିଥିଲେ ।

ତେବେ ଏଥର ଯଦି ସରକାର ସେମାନଙ୍କ ଦାବି ନ ଶୁଣନ୍ତି ତେବେ ଆଗାମୀ ଦିନରେ ସାରା ଓଡିଶା ର ୪୦୦୦୦ ରୁ ଉର୍ଦ୍ଧ୍ୱ ବିଦ୍ୟୁତ ଠିକା ଶ୍ରମିକ ମାନେ ରାଜ ରାସ୍ତା କୁ ଓହ୍ଲାଇବେ ଏବଂ ଏଥିପାଇଁ ଓଡିଶା ର ବିଦ୍ୟୁତ ଉପୋଭକ୍ତା ତଥା ଜନସାଧାରଣ ଯେଉଁ ଅସୁବିଧା ର ସମ୍ମୁଖୀନ ହେବେ ସେଥିପାଇଁ ଟାଟା ପାୱାର ଏବଂ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ମହାସଂଘ ପକ୍ଷରୁ ଠିକା ଶ୍ରମିକ ମାନେ ସିଧାସଳଖ ଚେତାବନୀ ଶୁଣାଇଛନ୍ତି । ମହାସଂଘ ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ କର୍ମଚାରୀ ମାନଙ୍କ ଦୁଃଖ ଶୁଣୁଛନ୍ତି ତେଣୁ ବିଦ୍ୟୁତ କ୍ଷେତ୍ର ଠିକା ଶ୍ରମିକ ମାନଙ୍କ କଥା ମଧ୍ଯ ବିଚାର କରି ସେମାନଙ୍କର ଦାବି ପୂରଣ କରନ୍ତୁ ବୋଲି ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି ।

