You are currently viewing ପଦ୍ମନାଭପୁର ପ୍ରାଥମିକ ବିଦ୍ୟାଳୟରେ ମାଗଣା ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ
ପଦ୍ମନାଭପୁର ପ୍ରାଥମିକ ବିଦ୍ୟାଳୟରେ ମାଗଣା ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ଦେବୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଦ୍ଯାଳୟ ପରିଚାଳନା କମିଟି ସଭାପତି ବାବୁଲା ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ୯୬ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା । ଶେଷରେ ପଦ୍ମନାଭପୁର କ୍ଳଷ୍ଟର ସିଆରସିସି ବଳରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାସନ୍ତୀ ରଇତ , ରଶ୍ମିତା ବେହେରା , ବନଶ୍ରୀ ଦେବୀ ସମେତ ଅଭିଭାବକ/ ଅଭିଭାବିକା ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା