You are currently viewing ସାଇ ଗୁରୁକୁଳ ଆବାସିକ ବିଦ୍ୟଳୟ, ଶ୍ରୀରାମନଗର, ଭଞ୍ଜନଗର ଠାରେ ବିଶ୍ୱ ଘର ଚଟିଆ ଦିବସ ପାଳିତ
ସାଇ ଗୁରୁକୁଳ ଆବାସିକ ବିଦ୍ୟଳୟ, ଶ୍ରୀରାମନଗର, ଭଞ୍ଜନଗର ଠାରେ ବିଶ୍ୱ ଘର ଚଟିଆ ଦିବସ ପାଳିତ

ଭଞ୍ଜନଗ, ୨୦/୩ (ଶକ୍ତି ପ୍ରସାଦ କର) ଆଜି ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ, ଭଞ୍ଜନଗର ରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବିଶ୍ୱ ଘର ଚଟିଆ ଦିବସ ଅନୁଷ୍ଠାନ ର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଥିଲା l ଅବ୍ୟତାନୀକ ବନ୍ୟ ପ୍ରାଣୀ ତତ୍ତ୍ୱବଧାରକ ସୁଲପାଣି ଶତପଥୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ମାର୍ଚ୍ଚ କୋଡ଼ିଏ ତାରିଖ ବିଶ୍ୱ ଘର ଚଟିଆ ଦିବସ ପାଳନ

ରଆବଶ୍ୟକତା ଏବଂ ପରିବେଶ ସୁରକ୍ଷା ବାବଦରେ ଆଲୋଚ୍ଚନା କରିଥିଲେ ଲେନୁଷ୍ଠାନର ପ୍ରଧାନ ଗୁରୁଜୀ ପଞ୍ଚାନନ ସାହୁ ସ୍ୱାଗତ ଭାଷଣ ପରିପ୍ରାଦନ କରି ଏହି ପକ୍ଷୀ ଟିର ସୁରକ୍ଷା ଏବଂ ସେମାନଙ୍କ ବଂଶ ବୃଦ୍ଧି ସକାଶେ ମତ ରଖି ଥିବା ବେଳେ ଅଜିତ ଶତପଥୀ, ଅଗାମି ଦିନରେ କୃତିମ ବାସ ଗୃହ ତିଆର କରି ଏମାନଂକୁ ଅଧିକରୁ ଅଧିକ ସଂଖ୍ୟା ରେ ବଂଚିବା ସକାଶେ ଜନ ସଚେତନତା ସୃଷ୍ଟି ସକାଶେ ମତ ରଖି ଥିଲେ l

ଘର ଚଟିଆ ଙ୍କୁ ସୁରକ୍ଷା ଦେବା ସକାଶେ ବିଭିନ୍ନ ବିଦ୍ୟାଳୟ ର ଇକୋ କ୍ଳବ, ପ୍ରତି ଅଞ୍ଚଳ ର ବନ ସୁରକ୍ଷା ସମିତି ଏବଂ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ ଧ୍ୟାନ ଦେଲେ ଏମାନଙ୍କ ବଂଶ ବୃଦ୍ଧି ହୋଇ ପାରିବବୋଲି ଆଲୋଚନା ରେ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅତିଥି ମନ୍ତବ୍ୟ ରଖି ଥିଲେ l କୃତିମ ଵାସ ଗୃହରେ ଏହି ପକ୍ଷୀ ମାନଙ୍କୁ କିପରି ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ରେ ରଖା ଯାଇ ପାରିବ ଆଲୋଚନା କରାଗଲା ଏବଂ କୃତିମ ଗୃହ ପ୍ରଥମେ ଏହି ଅନୁଷ୍ଠାନ ରେ ରଖା ଗଲା l ସଚେତନ ସଭା କାର୍ଯ୍ୟକ୍ରମ ଶେଷରେ ମାମି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ll