You are currently viewing ଏକମାସ ହେଲାଣି ଦିନରେ ବି ଜଳୁଛି ଷ୍ଟ୍ରିଟ୍ ଲାଇଟ୍।କୋଦଳା
ଏକମାସ ହେଲାଣି ଦିନରେ ବି ଜଳୁଛି ଷ୍ଟ୍ରିଟ୍ ଲାଇଟ୍।କୋଦଳା


ଦିନରାତି ସହରରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍। ବିଦ୍ୟୁତ ବିଲ୍ ବି ଆସୁଛି। ଏବଂ ବିନା କାରଣରେ ଖର୍ଚ୍ଚ ହେଉଥିବା ବିଲ୍ ସରକାରୀ ତହବିଲରୁ ଭରଣା ହେଉଛି। ଇଏ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ବିଭିନ୍ନ ସାହିର ଦୃଶ୍ୟ। ଯେଉଁଠି ୧ ମାସରୁ ଉର୍ଦ୍ଧ୍ବ ହେବ ଏମିତି ଦିନରାତି ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳି ରହୁଛି। ଏଥିପ୍ରତି ଏନଏସି କର୍ମଚାରୀ ମାନଙ୍କ ନିଘା ନାହିଁ। କୋଦଳା ବସଷ୍ଟାଣ୍ଡ ଠାରୁ ପେଟ୍ରୋଲ ପମ୍ପ, କଲ୍ଯାଣ ମଣ୍ଡପ ଛକ, ପାଣ୍ଡି ସାହି ସମେତ ବହୁ ରାସ୍ତା ପାର୍ଶ୍ବରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଦିନରାତି ଜଳୁଥିବା ବେଳେ ଏନେଇ ଏନଏସି କର୍ମଚାରୀ ମାନେ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। ସବୁ ସମୟରେ ନିଜ ଉପରେ ବେଶ୍ ଭରସା ରଖୁଥିବା କୋଦଳା ତହସିଲଦାର ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଦାୟିତ୍ବରେ ରହିଥିବା ବେଳେ ତାଙ୍କ ପାଖରେ ଏ ଖବର ଅଛି ନା ନାହିଁ? ଛୋଟ ଛୋଟ ଭୁଲ୍ କଲେ ଏହି କାର୍ଯ୍ଯ ନିର୍ବାହୀ ଅଧିକାରୀଣୀ ତୁରନ୍ତ ଦଣ୍ଡ ଦେଉଥିବା ନଜର ଥିବା ବେଳେ ଏ ଭୂଲ୍ ପାଇଁ କିଏ ଦଣ୍ଡ ଦେବ? କାହାକୁ ଦାୟୀ କରିବେ ତହସିଲଦାର ତଥା ନିର୍ବାହୀ ଅଧିକାରୀଣୀ? ହଜାର ହଜାର ଟଙ୍କା ବିନା କାରଣରେ ବିଲ୍ ବାବଦରେ ଏନଏସି ରୁ ଖର୍ଚ୍ଚ ହେଉଥିବା ବେଳେ କେମିତି ଚୁପ୍ ଅଛନ୍ତି ମ୍ଯାଡମ୍ ତାକୁ ନେଇ ପ୍ରଶ୍ନ କରିଛନ୍ତି କୋଦଳା ବାସୀ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ।