ଜ୍ୟେଷ୍ଠ ମାସ ସରି ଆଷାଢ ମାସଆରମ୍ଭ ହେଲାଣି ତଥାପି ବର୍ଷାର ଆଗମନ ନାହିଁ | ଏହି ମାସରେ ତାତିରୁ ଆଶ୍ଵସ୍ତି ମିଳିବା କଥା । ହେଲେ ତାତି ଓ ଅସହ୍ୟ ଗୁଳଗୁଳି ଦିନକୁ ଦିନ ବଢିବାରେ ଲାଗିଛି । କମିବାର ନାଁ ନେଉନାହିଁ । ଯାହାକୁ ନେଇ ବୟସ୍କ ବ୍ୟକ୍ତି ବିଶେଷ ଏହି ତାତିରେ ବହୁ କଷ୍ଟ ପାଉଛନ୍ତି । ତେବେ ତାତିରେ କେବେ ବ୍ରେକ୍ ଲାଗିବ ତାହାକୁ ସମସ୍ତଙ୍କ ଅପେକ୍ଷା । ପାଣିପାଗ ବିଶେଷଜ୍ଞ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡିଶାରେ ମୌସୁମୀ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଥିଲେ । ଦିନ ପରେ ଦିନ ଗଡି ଚାଲୁଥିଲେ ମଧ୍ଯ ମୌସୁମୀର ଦେଖା ମିଳିନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଖୋଲିବାକୁ ଅନୁମତି ଦେଇଛନ୍ତି |

ସକାଳ ୮ଟା ହେଲେ ଶ୍ରେଣୀ ଗୃହରେ ଅସହ୍ୟ ଗୁଳଗୁଳିରେ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ପଟେଗ୍ରୀଷ୍ମପ୍ରବାହଜାରିରହି ଥିବା ବେଳେବିଦ୍ୟୁତ୍ କାଟ୍ଏହି ଯନ୍ତ୍ରଣାକୁ ଦ୍ଵିଗୁଣିତ କରୁଛି । ଓଭର ଲୋଡ ପଡିବା ଫଳରେ ବିଦ୍ୟୁତ୍ କାଟ ହେଉଛି । ବିନା କାରଣରେ ବିଜୁଳି କାଟ କରାଯାଉନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ପୁରୁଷୋତ୍ତମପୁର ଏନଏସି ଓ ବ୍ଳକରେ ଏହା ଯୋର ଦାର ଭାବେ ହେଉଛି | ପ୍ରତିଦିନ ସକାଳ 7ଘଣ୍ଟ ଠାରୁ 9ଘଣ୍ଟ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି |


ଯାହା ଫଳରେ ପାନୀୟ ଜଳ ଯୋଗାଣ ହୋଇ ପାରୁ ନଥିବା ରୁ ବହୁ ଗରିବ, ଓ ମଧ୍ୟବିତ୍ତ ପରିବାର ସ୍ନାନ, ଶୌଚ ସହିତ ରୋଷେଇ ରେ ମଧ୍ୟ ପାଣି ମିଳୁନି | ଏପଟେ ଲାଇଟ ଆସିବା ପରେ ମଧ୍ୟ ଜନଶ୍ୱାସ୍ତ୍ୟ ବିଭାଗ ଆଉ ପାଣି ଚଳାଉ ନାହାନ୍ତି | କାରଣ ସେମାନଙ୍କ ଡିଉଟି ବୋଧେ ସକାଳ 7ଘଣ୍ଟ ରୁ 9ଘଣ୍ଟ ପର୍ଯ୍ୟନ୍ତ | ଯଦି ବି ଅସରାଏ କାଳ ବୈଶାଖୀ ବର୍ଷା କେବେ କେବେ ହେଉଛି , ତାହା ବ୍ଳକର ଅନ୍ୟ ପଞ୍ଚାୟତ ରେ ହେଉଛି କିନ୍ତୁ ଏଇଏନଏସିରେ ନାହିଁ | ଯାହାକୁ ନେଇ ସାଧାରଣ ଲୋକ ଙ୍କ ମୁହଁରୁ ଏଇ ଅଭିଶପ୍ତ ସହର ବୋଲି କହୁଥିବାର ଶୁଣି ବାକୁ ମିଳୁଛି! | ଏପଟେ ପାଣିପାଗ ବିଭାଗ ବିଗତ 9ତାରିଖ ଠାରୁ ମୌସୁମୀ ଆସିବ, ଆସିବ କହୁ ଥିଲେ ମଧ୍ୟ 20 ତାରିଖ ପର୍ଯ୍ୟନ୍ତ ଆସିଲାନାହିଁ | ତାପର ଦିନ ସବୁ ଜିଲ୍ଲା ରେ ଟିକେ ଟିକେ ଝିପି, ଝିପି ବର୍ଷା ହୋଇ ତାର କାମ ସାରି ଦେଇଛି | ଏପଟେ ଅସହ୍ୟ ଗରମ, ଗୁଳି ଗୁଳି ସାଙ୍ଗକୁ ବିଦ୍ୟୁତ କାଟ ଏବଂ ପାଣି ମିଳୁ ନଥିବା ସବୁ ଘଟଣା ଏକ ସମୟରେ ହେଉଛି | ଯେଉଁ ଲୋକଙ୍କ ଘରେ, ବାରିରେ କୂପ ଅଛି ତାର ମଧ୍ୟରେ ପାଣି ନାହିଁ | କାରଣ ପ୍ରଚଣ୍ଡ ରୌଦ୍ର ତାପ ଓ କଂକ୍ରିଟ ରାସ୍ତା ଯୋଗୁଁ କୂପ, ପୋଖରୀ ନଦୀ ର ଜଳସ୍ତାର କମିବାରେ ଲାଗିଛି | ଏପଟେ ଚାଷୀ ବର୍ଷାକୁ ଚାହିଁ, ଚାହିଁ ବିଲରେ ତଳି ଗଣ୍ଡେ ପକାଇ ପାରୁନି, ଯେଉଁମାନେ ଆଖିତୃତୀୟା ରେ ଧ୍ୟାନ ବୁଣି ଥିଲେ, ତାହା ସବୁ ପୋଡି, ଜଳି ନଷ୍ଟ ହୋଇ ଗଲାଣି | ତେଣୁ ଚାଷୀଙ୍କ ସହିତ ସମସ୍ତେ ବର୍ଷା କୁ ଚାତକ ପରି ଚାହିଁ ରହିଥିଲେ ମଧ୍ୟ ବର୍ଷାର ଦେଖା ନାହିଁ | ଏପଟେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇ ଗଞ୍ଜାମ ସହିତ 5ଗୋଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ କହୁଥିଲା ବେଳେ ଆକାଶରେ ମେଘ ପରିବର୍ତ୍ତେ ବିଜୁଳି ଘଡ ଘଡି ହୋଇ ପାଗ ପୁଣି ବିଗିଡି ଯାଉଛି |

ତେଣୁ ଏହି ପ୍ରଚଣ୍ଡ ଗରମ, ଗୁଳି,ଗୁଳିରୁ କେବେ ଆଶ୍ବସ୍ତି ମିଳିବ ତାହାକୁ ଅପେକ୍ଷା କରିବାକୁ ପଡିବ | ଖାଲି ମଣିଷ ନୁହନ୍ତି ଗୃହ ପାକିତ ପଶୁ, ପକ୍ଷୀ ମାନେ ମଧ୍ୟ ଜଳ ଟୋପାଏ ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି | କେବେ ହେବ ବର୍ଷା ସମସ୍ତେ ଟିକେ ଶାନ୍ତିରେ ରହିବେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
