You are currently viewing ମଞ୍ଚୁଲତା ଙ୍କ ପାଖରେ ପହଞ୍ଚିଲା ସ୍ବାଭିମାନ ପରିବାର
ମଞ୍ଚୁଲତା ଙ୍କ ପାଖରେ ପହଞ୍ଚିଲା ସ୍ବାଭିମାନ ପରିବାର

ପାଟଣାଗଡ- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଘୁମେର ଗ୍ରାମର ମଞ୍ଜୁଲତା ବାରିକ ଙ୍କ ସ୍ୱାମି ଗତ 3 ବର୍ଷ ହେବ ବଲୋରୋ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ କୁ ବିଧବା ଭତ୍ତା, ଆବାସ ଯୋଜନା, ଏପରି ସରକାରୀ ଯୋଜନା ରୁ ବଞ୍ଚିତ ଅଛନ୍ତି । କୈାଣସି ସୁତ୍ରରୁ ଖବର ପାଇ ସ୍ୱାଭିମାନ ପରିବାର ର ସଦସ୍ୟ ଯୋଗେଶ୍ୱର ସାହୁ, ଶରତ ଚନ୍ଦ୍ର ଦଣ୍ଡସେନା ଓ ପ୍ରଦୀପ ପରୁଆ ଅସହାୟ ମହିଲା ଙ୍କ ପାଖରେ ପହଞ୍ଚି ତାଙ୍କର ଦୁଃଖ ଶୁଖ ବୁଝିଥିଲେ ! ଏବିଷୟରେ ପାଟଣାଗଡ BSSO କମଲକାନ୍ତ ବାରିକ ଙ୍କ ସହ ଫୋନ ଯୋଗେ କଥା ହୋଇ ମଞ୍ଚୁଲତା ଙ୍କୁ ଶୀଘ୍ର ବିଧବା ଭତ୍ତା ଯୋଗାଇଦେବା ସହ ସମସ୍ତ ସରକାରୀ ଯୋଜନାରେ ତାଙ୍କୁ ସାମିଲ କରିବାକୁ ପ୍ରତିଶ୍ରୁତି ଥିଲେ ।