ସୁବର୍ଣ୍ଣପୁର , ୦୮/୦୭ – ( ରଞ୍ଜନ ହୋତା ) -:- ଆଜି ସୁବର୍ଣ୍ଣପୁର ବନ ଖଣ୍ଡ ଓ ସୋନପୁର ବନାଞ୍ଚଳ ପକ୍ଷ ରୁ ୭୪ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ୨୦୨୪ ଛଞ୍ଚାଣ ଡୁଙ୍ଗୁରି ଠାରେ ଉଦଯାପିତ ହୋଇ ଯାଇଛି l ଏଠାରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି, ଏସପି ଶ୍ରୀ ଅମରେଶ ପଣ୍ଡା, ଜ଼ିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର ଙ୍କୁ ସ୍ବାଗତ ସ୍ୱମର୍ଦ୍ଧନା କରାଗଲା। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଜିଲ୍ଲାପାଳ ମୋହାଦୟ ପରିବେଶ ସଚେତନତା ବାର୍ତ୍ତା ଉପରେ ତାଙ୍କ ଅଭିଭାଷଣ ରଖିଥିଲେ l ଉଲୁଣ୍ଡା ବ୍ଲକ ର ନାକଡେଇଁ ବନ ସଂରକ୍ଷଣ ସମିତି ଓ ବିନିକା ବ୍ଲକ ର ନକଟାମୁଣ୍ଡା ବି.ଏସ.ଏସ କୁ ବିଜୁପଟ୍ଟନାୟକ ସମ୍ମାନ ରେ ସମ୍ମାନିତ ପୂର୍ବକ ମାନପତ୍ର ଓ କୋଡ଼ିଏ ହଜାର ଟଙ୍କା ଡ୍ରାଫ୍ଟ ପ୍ରଦାନ କରାଗଲା।ପରେ ପରେ ସମସ୍ତ ଅତିଥି ଙ୍କ ଦ୍ୱାରା ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା ।


