କୋଦଳା
ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଓ ନୂତନ ରାସନ କାର୍ଡ ହିତାଧିକାରୀଙ୍କୁ କାର୍ଡ ମଙ୍ଗଳ ବାର ଦିନ ବେଗୁନିଆପଡା ବ୍ଲକ ରେ ବଣ୍ଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ବେଗୁନିଆପଡା ସଭା ଗୃହ ରେ ବିଧାୟକ ପହଂଚି ସମସ୍ତ ହିତାଧିକାରୀଙ୍କ ସମୟ ସୀମା ଭିତରେ ଗୃହ ନିର୍ମାଣ କାର୍ଯ୍ୟ ସାରି ସରକାରଙ୍କ ପ୍ରତ୍ସାହନ ରାଶି ପାଇବା ପାଇଁ କହିଥିଲେ । ଏଥିସହ 455 ଜଣ ଅନ୍ତୋଦୟ ଗୃହ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ 440 ଜଣ ରାସନ କାର୍ଡ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି,ଏ ଵି ଡି ଓ ନିରଞ୍ଜନ ବେହେରା, ଵି ପି ସି ବୃନ୍ଦାବନ ସାହୁ, ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସମିତି ସଭ୍ୟଙ୍କ ସମେତ ସରକାରୀ କର୍ମୀ ଚାରି, ହିତାଧିକାରୀ,ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ ।
