ଆଜି ତା – (ଶକ୍ତି ପ୍ରସାଦ କର)୨୭/୮ ଆସିକା ବ୍ରହ୍ମାକୁମାରୀସ୍ ତପସ୍ୟା ଧାମରେ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଞ୍ଜବରୁ ଆସି ଆସିକା ବିଦ୍ୟୁତ ବିଭାଗର ଏସ୍.ଡି. ଓ ରୂପେ କାର୍ଯ୍ୟରତ ଥିବା ଜିତେନ୍ଦ୍ର ସିଂ ଓ ସମ୍ମାନୀୟ ଅତିଥି ରୂପେ ପାଇକ ଯମୁନା ସରପଞ୍ଚ ସତ୍ୟବାନ୍ ସାହୁ ଯୋଗ ଦେଇଥିଲେ। ବଣିକ ସଂଘର ସମ୍ପାଦକ ସୀମାଞ୍ଚଳ ପୋଲେଇ, ନିର୍ଦ୍ଦେଶକ ମନୋଜ କୁନାର ମୁନି, କୋଷାଧ୍ଯକ ରାଜା ପାତ୍ର ଓ y/s men ର ସଭାପତି କାମେଶ୍ଵର ଆଚାରୀ, ଲାଇନ୍ସ କ୍ଲବର ସଭାପତି ଡି. ମୋହନ ପାତ୍ର ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଜିତେନ୍ଦ୍ର ସିଂ ମାଉଣ୍ଟ ଆବୁର ଅନୁଭବ ସହ ରାଜଯୋଗିନୀ ବ୍ରହ୍ମାକୁମାରୀ ଶିବାନୀ ଭଉଣୀ ଠାରୁ ଯେଉଁ ଜ୍ଞାନ ଶୁଣିଥିଲେ ତାକୁ କାର୍ଯ୍ୟକ୍ରମରେ ଶୁଣେଇ ଥିଲେ। ସମ୍ମାନିତ ଅତିଥି ସତ୍ୟବାନ ସାହୁ କହିଥିଲେ ବ୍ରହ୍ମାକୁମାରୀସ୍ ଯେଉଁ ଆଧ୍ୟାତ୍ମିକ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସୀମାଞ୍ଚଳ ଭାଇ ଅନୁଭବ ଶୁଣାଇ ଥିଲେ କି ବ୍ରହ୍ମାକୁମାରୀସ୍ ସାମାଜରେ ଯେଉଁ କାର୍ଯ୍ୟ କରୁଛି ତାହା ସମ୍ମାନର ପାତ୍ର ଅଟେ। ତପସ୍ୟା ଧାମର ସଂଚାଳିକା ରାଜଯୋଗିନୀ ଲିଲି ଭଉଣୀ ପବିତ୍ର ରକ୍ଷା ବନ୍ଧନର ରହସ୍ୟକୁ ଅତି ସରଳ ଭାବରେ ବୁଝାଇବ କହିଥିଲେ ଯେ ଦୁନିଆରେ ଜଣେ ଭଉଣୀ ଭାଇଙ୍କୁ ରାଖୀ ବାନ୍ଧନ୍ତି କିନ୍ତୁ ଏହିଠାରେ ସ୍ଵୟମ ଭଗବାନ ପରମ ପିତା ଶିବ ପରମାତ୍ମା ଆସି ଏହି ଧରା ପୃଷ୍ଠରେ ଦିର୍ଘ ୮୭ ବର୍ଷ ହେଲା ଅବତରଣ କରି ସମସ୍ତଙ୍କୁ ପବିତ୍ରତାର ସୂତ୍ରରେ ବାନ୍ଧି ଆଗାମୀ ଭବିଷ୍ୟତରେ ଆସୁଥିବା ସତ୍ୟ ଯୁଗ ଦୈବୀ ଦୁନିଆ ପାଇଁ ଯୋଗ୍ୟ କରୁଛନ୍ତି। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ରାଜଯୋଗୀ ଆଲୋକ ଭାଇ ଓ କାର୍ଯ୍ୟକ୍ରମରେ ରାଜଯୋଗୀ ବ୍ରହ୍ମାକୁମାର ରାଜେନ୍ଦ୍ର ଭାଇ ସୁନ୍ଦର ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରି ସମସ୍ତ ଭାଇ ଭଉଣୀମାନଙ୍କୁ ମନମୁଗ୍ଧ କରାଇଥିବା ବେଳେ ବ୍ରହ୍ମାକୁମାର ବୈଶାଖୀ ଭଉଣୀ ଏକ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଆସିକା ବଣିକ ସଂଘର ସମସ୍ତ ଭାଇ ମାନେ ଏବଂ ଆସିକାର ସତାଧିକା ଭାଇ ଭଉଣୀ ଉପସ୍ଥିତ ରହି ପବିତ୍ର ରାଖୀ ବାନ୍ଧିଥିଲେ। ଶେଷରେ ରାଜେନ୍ଦ୍ର ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ କ୍ରମରେ ସଂଗ୍ରାମ ଭାଇ, ସୁଦାମ ଭାଇ, ମନୋଜ ଭାଇ, ପ୍ରଦୀପ ଭାଇ, ସନାତନ ଭାଇ, ରାମ ନାରାୟଣ ଭାଇ ଜଗତ ଭାଇ, କୈଳାଶ ଭାଇ ସହଯୋଗ କରିଥିଲେ।

ଶେଷରେ ତପସ୍ୟା ଧାମ ତରଫରୁ ଆସିକା ଉପ କାରାଗାରରେ ଅଧ୍ୟକ୍ଷ ଜେନା ବାବୁ ଙ୍କୁ ଏବଂ ସମସ୍ତ ଅନ୍ତେବାସୀଙ୍କୁ ଆଧ୍ୟାତ୍ମିକ ରାଖୀ ରହସ୍ୟ ଶୁଣାଇବା ସହ ଆଧ୍ୟାତ୍ମିକ ନାଟକ ପରିବେଷଣ କରି ରକ୍ଷା ସୂତ୍ର ବନ୍ଧା ଯାଇଥିଲା।
