You are currently viewing ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁରଥ କାରିଗରଙ୍କୁ ସମ୍ମାନ
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁରଥ କାରିଗରଙ୍କୁ ସମ୍ମାନ

ପୁରୀ,୯/୫- ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ରଥ ଖଳାରେ ରଥ ନିର୍ମାଣକାରୀ ସେବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଶନିବାର ପୁର୍ବାହ୍ନରେ ସମ୍ମାନିତ କରାଯାଇଥିଲା । ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଓ ରାଜ୍ଯ ସମ୍ପାଦକ ମନୋରଞ୍ଜନ ମହାରଣାଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତି ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ
ବୁଲନଭାଇ ସେବା ଭବନ ଠାରେ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଅଧିବେଶନର ନିଷ୍ପତ୍ତି ନିଆଯାଇଥିଲା ଯେ
ମେ ୯ ତାରିଖ ଭଉଁରୀ ଦିନ ରଥ ଖଳାରେ ନିୟୋଜିତ ସେବକ ମାନଙ୍କୁ ସମ୍ମାନିତ କରାଯିବ । ନିଖିଳ ଉତ୍କଳ ବିଶ୍ଵକର୍ମା ସମିତିର ଉକ୍ତ କାର୍ଯ୍ୟକ୍ରମକୁ ପୁରୀ ନଗର କମିଟି ଦ୍ଵାରା ଆୟୋଜିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ଦୟାନିଧି ମହାରଣା, ସହ ସମ୍ପାଦକ ଭାଗିରଥି ମହାରଣା, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା, ରାଜ୍ୟ କୋଷାଧକ୍ଷ ଗୁରୁଚରଣ ସୁତାର, ଅଖିଳ ଭାରତୀୟ ବିଶ୍ଵକର୍ମା ମହାସଭାର ରାଜ୍ଯ ମହିଳା ଅଧ୍ୟକ୍ଷ ଆଡଭୋକେଟ ସୁମତି ମହାରଣା ଓ କେନ୍ଦ୍ରୀୟ କାର୍ଯ୍ୟକାରି ସଭ୍ୟ ବିଶ୍ଵନାଥ ମହାରଣା, ସୁଦର୍ଶନ ମହାରଣା,ଗଙ୍ଗାଧର ମହାରଣା, ପୁରୀ ଜିଲ୍ଲା କମିଟି ଉପ ସଭାପତି ଦେବରାଜ ମହାରଣା , ସମ୍ପାଦକ ନରହରି ଓଝା, ପ୍ରମୋଦ ମହାରଣା, ନଗର କମିଟି ସଭାପତି ହୃଷୀକେଶ ମହାରଣା, ବିଶ୍ୱନାଥ ମହାରଣା, ନାରାୟଣ ମହାରଣା, ସୁଶାନ୍ତ ମହାରଣା, ଚିତ୍ରସେନ ମହାରଣା, ରମେଶ ମହାରଣା, ଚନ୍ଦନ ମହାରଣା, କାଳୁ ମହାରଣା, କୁମାରୀ ଛବିରାଣି ମହାରଣା, କୁମାରୀ ଶର୍ମିଳା ମହାରଣା, କଟକ ନଗର କମିଟିରୁ ସୁବାସ ମହାରଣା, ଜୟନ୍ତ ମହାରଣା,ନୟାଗଡ ସହ ସମ୍ପାଦକ ବିଜୟ ମହାରଣା,ଭୁବନେଶ୍ଵରରୁ ପ୍ରମୋଦ କୁମାର ଓଝା ପ୍ରମୁଖ ଉପସ୍ଥିତ ରହିଥିଲେ ।