ପୁରୁଷୋତ୍ତମପୁର ଏନଏସି ର ବ୍ଳକ ପଛପଟ ଇଣ୍ଡୋର ଷ୍ଟାଡିଏମ ସମ୍ମୁଖ ଓ ଗୋପବନ୍ଧ ପାର୍ଶ୍ଵ ରେ ରହିଥିବା ରାମକୃଷ୍ଣ ନଗର ବାସିନ୍ଦା ମାନେ ରାସ୍ତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ବାଇକ ରେ ଘରକୁ ଗଲାବେଳେ ବହୁ ଅସୁବିଧା ଏପରିକି ପୋଖରୀ ଭିତରକୁ ମଧ୍ୟ ବାଇକ ଖସି ଆହାତ ହେବାପରେ ସେଠିକାର ଜଣେ ସହୃଦୟ ବ୍ୟକ୍ତି ନିଜ ଖର୍ଚରେ 8ରୁ 10 ଟିପର ରାବିଶ ପକାଇ ଜେସିଭି ଦ୍ୱାରା ରାସ୍ତା ତିଆରି କରିଥିଲେ | ଏପରିକି ମୁଖ୍ୟ ରାସ୍ତା ଠାରୁ ମାତ୍ର 5ମିଟର ଦୂରରେ ଥିବା ବିଦ୍ୟୁତ ଖୁଣ୍ଟ ଥିଲା ବେଳେ ସେହି ସାହିକୁ ବିଦ୍ୟୁତ ସଂଯୋଗ ହୋଇପାରି ନଥିବାରୁ ବହୁତ ଥର ସେହି ଘର ମାନଙ୍କରୁ ଚୋର ଚୋରି କରି ନେଇଛନ୍ତି | ଯାହାପାଇଁ ସେହି ସାହି ବାସିନ୍ଦା ବହୁତ ଚିନ୍ତିତ ଅଛନ୍ତି | ଏହି ଖବର ପେପର ରେ ପ୍ରକାଶିତ ହେବା ପରେ ଏନଏସିର ଅଧକ୍ଷା ଙ୍କ ପ୍ରତିନିଧି ଅଶୋକ କୁମାର ମହାଙ୍କୁଡ ଓ ଏନଏସି ର ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଆମକୁ କହିଛନ୍ତି ଯେ ସେହି ରାମକୃଷ୍ଣ ନଗର ର ରାସ୍ତା ପ୍ଲଟ ବେପାରୀ ଏନଏସିକୁ ହସ୍ତାନ୍ତର କରି ନାହାନ୍ତି ତେଣୁ ସେହି ରାସ୍ତା କିପରି ତିଆରି ହେବ, ତଥାପି ସେମାନେ ସେଠାରେ ଟିପର, ଟିପର ମାଟି ଗଦା କରି ରଖିଛନ୍ତି ରାସ୍ତା ତିଆରି ପାଇଁ, କିନ୍ତୁ ବର୍ଷା ଯୋଗୁଁ ଏବଂ ସେମାନେ ଏନଏସି ର ଜନସାଧାରଣ ଙ୍କ ହିତ ପାଇଁ ଜାମ୍ମୁ, କାଶ୍ମୀର ଗ୍ରସ୍ତ କରିଛନ୍ତି, ସେଠାରୁ ଫେରିଲା ପରେ ସେହି ସାହି ର ଉର୍ନ୍ନତି କରିବାକୁ କହି ଛନ୍ତି | ଯାହାହେଉ ଏହି କଥା ଶୁଣି ରାମକୃଷ୍ଣ ସାହି ବାସିନ୍ଦା ନିଶ୍ଚିତ ଭାବେ ଟିକେ ଖୁସି ଅନୁଭବ କରି କିଛି ମାତ୍ରାରେ ଚିନ୍ତାରୁ ମୁକ୍ତ ହେବେ ଆଶା ରହିଛି | ତେବେ ପ୍ଲଟ ମାଲିକ ଏହି ସାହି ବାସିନ୍ଦାଙ୍କ ହିତ ଦୃଷ୍ଟିରୁ ସେହି ଜାଗା ଏନଏସିକୁ ହସ୍ତାନ୍ତର କଲେ ସାହିବାସିନ୍ଦା ଙ୍କ ଦୁଃଖ ଦୂର ହେବା ସହ ଏନଏସିର ସବୁ ସୁବିଧାର ହକିଦାର ହୋଇପାରିବେ |.
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
