You are currently viewing ପଟିଗୁଡା ପଞ୍ଚାୟତ ପରିସରରେ ଆମ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନୁଷ୍ଠିତ
ପଟିଗୁଡା ପଞ୍ଚାୟତ ପରିସରରେ ଆମ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି 🙁 ରଘୁନାଥ ନୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପଟିଗୁଡା ପଞ୍ଚାୟତ ପକ୍ଷରୁ ଆମ ଓଡ଼ିଶା-ନବୀନ ଓଡ଼ିଶା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସାନଖେମୁଣ୍ଡି ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନନୀୟ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଏବଂ ପଟିଗୁଡା ପଞ୍ଚାୟତ ର ସରପଞ୍ଚ


ସିମାଞ୍ଚଳ ଗୌଡ଼ ,ଜିଲ୍ଲା ପରିଷଦ ବିଜୟ ପ୍ରଧାନ ପୋଡାମାରୀ ସରପଞ୍ଚ ସନ୍ତୋଷ ବିଷୋୟୀ ଏବଂ କଂସାମାରି ସରପଞ୍ଚ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏବଂ ପି ଇ ଓ ପି ରାମ ପ୍ରସାଦ ପୁଷ୍ଟି ରହି ରାଜ୍ଯ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିପାରିବ ସେ ନେଇ ମିଳିମିଶି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ପଂଚାୟତ ଶିବିରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳର ରୂପାନ୍ତରୀକରଣ,କରିବା ନିମନ୍ତେ ମହିଳା ସଶକ୍ତିକରଣ ଓ ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ ଆଦି ଯୋଜନା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା କରାଯାଇଥିଲା ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଭିତ୍ତିଭୂମି

ବିକାଶନେଇକରାଯାଇଥିଲା ସଫଳତା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏବଂ ବ୍ଳକ ର ସମସ୍ତ ସରକାରୀ କର୍ମ ଚାରି ଉପସ୍ଥିତ ହୋଇଥିଲେ ଏଥିରେ ସାନଖେମୁଣ୍ଡି ବ୍ଲକ ର ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ନାମାନିତ କରାଯାଇଥିଲା ପଞ୍ଚାୟତର ଜନପ୍ରତିନିଧିଗଣ ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସିଆରପି,ଏମବିକେ, ଏସଏଚଜି ମହିଳାଗଣ ଓ ପଞ୍ଚାୟତ ର ସମସ୍ତ କ୍ରମୀ ଉପସ୍ଥିତ ରହିଥିଲେ

ରିପୋର୍ଟର : ରଘୁନାଥ ନାୟକ